fbpx
BJD
BJD SKY
BJD SKY

ଆଜି ଦୃଶ୍ୟମାନ ହେବାକୁ ଯାଉଛି ଚଳିତ ବର୍ଷର ବଡ଼ ସୁପରମୁନ

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ସବୁଠାରୁ ବଡ଼ ସୁପରମୁନକୁ ପୃଥବୀବାସୀ ଦେଖି ପାରିବେ । ପ୍ରତ୍ୟେକ ଦିନ ଦେଖା ଯାଉଥିବା ଚାନ୍ଦ ତୁଳନାରେ ଆଜି ଚାନ୍ଦର ଆକାର ସାମାନ୍ୟ ବଡ ସହ ଗୋଲାପୀ ଦେଖାଯିବ । ଭାରତୀୟ ସମୟ ଅନୁସାରେ ଆଜି ରାତି ୧୨ଟା ୭ ମିନିଟରେ ଏହି ବିରଳ ସୁପରମୁନକୁ ଦେଖାଯାଇ ପାରିବ । ଏହା ପରେ ସୁପରମୁନ ଆସନ୍ତା ବର୍ଷ ୩ ଜୁଲାଇରେ ଦୃଶ୍ୟମାନ ହେବ ।

ଦୃଶ୍ୟମାନ ହେବାକୁ ଥିବା ଏହି ସୁପରମୁନକୁ ଡିଅର ମୁନ, ଥଣ୍ଡର ମୁନ ଏବଂ ୱିର୍ଟ ମୁନ ନାମରେ ମଧ୍ୟ ଜଣା ଯାଇଛି । ଆଜି ପବିତ୍ର ଗୁରୁପୂର୍ଣ୍ଣିମାରେ ସବୁଠାରୁ ବଡ଼ ଚାନ୍ଦ ନଜର ଆସିବ । ଜ୍ୟୋର୍ତିବିଜ୍ଞାନ ଶାସ୍ତ୍ର ଅନୁସାରେ ଯେଉଁ ଦିନ ଚାନ୍ଦ ପୃଥିବୀର ନିକଟତର ହୋଇଥାଏ ସେହିଦିନ ସୁପରମୁନ ଦେଖାଯାଏ । ତେବେ ଚାନ୍ଦର ଦୂରତା ପୃଥବୀଠାରୁ ୩୫୭,୨୬୪ କିଲୋମିଟର ରହିବ । ସାଧାରଣତଃ ପୂର୍ଣ୍ଣିମା ଦିନ ମାନଙ୍କରେ ଚାନ୍ଦର ସୌନ୍ଦର୍ଯ୍ୟ ସାମନ୍ୟ ଭିନ୍ନ ଥାଏ । କିନ୍ତୁ ସବୁ ପୂର୍ଣ୍ଣିମାର ଚାନ୍ଦ ତୁଳନାରେ ଆଜି ଦୃଶ୍ୟମାନ ହେବାକୁ ଥିବା ଚାନ୍ଦର ଆକାର ବଡ଼ ହେବା ସହ ଇଷତ୍ ଗୋଲାପୀ ଦେଖାଯିବ । ସୂଚନା ଅନୁସାରେ ସୁପରମୁନ ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବ । ତେଣୁ ମତ୍ସଜୀବିମାନଙ୍କୁ ସମୁଦ୍ରମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

Get real time updates directly on you device, subscribe now.