fbpx

ଶ୍ରୀଲଙ୍କାରେ ଲାଗିଲା ଜରୁରୀକାଳୀନ ସ୍ଥିତି, ଇସ୍ତଫା ନଦେଇ ମାଳଦ୍ବୀପ ପଳାଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ

ନୁଆଦିଲ୍ଲୀ: ଦେଶ ଛାଡ଼ି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ପଳାୟନ କରିବା ପରେ ଜନତା ପୁଣି ଚିହିକି ଉଠିଛନ୍ତି । ପ୍ରଦର୍ଶନକାରୀମାନେ ସଂସଦ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପସିଛନ୍ତି । ଏହାର ମଧ୍ୟରେ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମେସିଂହ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ସହିତ ଦଙ୍ଗା ସୃଷ୍ଟି କରୁଥିବା ଲୋକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନଙ୍କ ବାହାନକୁ ଜବତ କରିବାକୁ କୁହାଯାଇଛି ।

ଆଜି ସକାଳୁ ଗୋଟବାୟା ଦେଶ ଛାଡ଼ିବା ଖବର ସହ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ନଥିବା କଥା ଲୋକେ ଜାଣିବା ପରେ ଜନତା ଉଗ୍ର ହୋଇ ଉଠିଛନ୍ତି । ଗୋଟବାୟା ରାଜପକ୍ସେ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି । ସେଠାରୁ ସେ ଦୁବାଇ ଯିବେ ବୋଲି କୁହାଯାଉଛି । ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଉଗ୍ର ଜନତା କିଛି ଦିନ ତଳେ ରାଷ୍ଟ୍ରପତି ଭବନକୁ କବଜା କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ନିଜ ଘର ଉପରେ ଆକ୍ରମଣ କରି ଦେଇଥିଲେ ।

 

 

Get real time updates directly on you device, subscribe now.