ମା… ଭଉଣୀ ଗାଳି ଦେଉଛି କଂଗ୍ରେସ… ମାତୃଭୂମି, ମା’ର ଅପମାନ ମୁଁ କେବେ ସହିବିନି

ନୂଆଦିଲ୍ଲୀ: ଗାଳି ରାଜନୀତିକୁ ପ୍ରଧାନମନ୍ତ୍ରୀଙ୍କ ଭର୍ତ୍ସନା । ମୋ ମା’ର ଭୁଲ୍ ନ ଥାଇ କଂଗ୍ରେସ ମୋ ମା’ଙ୍କୁ ଗାଳି କରିଛି ।

ଅନେକ କଷ୍ଟ ସହି ମୋ ମା’ ଆମକୁ ଲାଳନପାଳନ କରିଥିଲା । ରାଜନୀତିରେ ମୋ ମା’ର କୌଣସି ଭୂମିକା ନ ଥିଲା । ତଥାପି ଗାଳି କଲେ ।

ଏଭଳି ସ୍ତରର ରାଜନୀତି କେବେ ବି ଭାନ ନ ଥିବା କହିଲେ ମୋଦି । ମା’ଭଉଣୀ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା ।

ଆରଜେଡି ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରିପାରି ନ ଥିଲେ । ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧକାରରୁ ମୁକ୍ତି ପାଇଛନ୍ତି ।

ଆରଜେଡି-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି । ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ ।

ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଅପମାନିତ କରିଛି । ମାତୃଭୂମି ମା’ର ଅପମାନକୁ କେବେ ବରଦାସ୍ତ କରିବିନି ।