ଓଡ଼ିଶାକୁ ୪୦୦ଟି ଇ-ବସ୍ ପ୍ରଦାନ କରିବେ ମୋଦୀ, ଖୁବଶୀଘ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗଡ଼ିବ ଇ-ବସ୍
୬୦୦ଟି ଇ-ବସ୍ ଜନତାଙ୍କ ସେବାରେ ଲାଗିବ।
ଭୁବନେଶ୍ୱର: ଆଗକୁ ରାଜ୍ୟରେ ଅଧିକ ଗଡ଼ିବ ଇ-ବସ୍। ପରିବେଶ ସୁରକ୍ଷା ପାଇଁ ଆଗକୁ ଅଧିକ ଇ-ବସ୍ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି। ଯଦି ଦେଖିବା ଏବେ ରାଜ୍ୟରେ ପାଖାପାଖି ୧୦୦୦ଟି ଇ-ବସ୍ ର ଆବଶ୍ୟକତା ରହିଛି।
ହେଲେ ପ୍ରାଥମିକ ପର୍ଯ୍ୟାୟରେ ଏକାଥରେ ଏତେ ବସ୍ ଚାଲୁ କରିବା ସମ୍ଭବ ନୁହେଁ। ତେଣୁ ଆଗକୁ ରାଜ୍ୟ ସରକାର ୨୦୦ଟି ଇ-ବସ୍ ଆଣିବାକୁ ଯୋଜନା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶାକୁ ୪୦୦ଟି ଇ-ବସ୍ ପ୍ରଦାନ କରିବେ। ଯାହାଦ୍ୱାରା ମୋଟ୍ ୬୦୦ଟି ଇ-ବସ୍ ଜନତାଙ୍କ ସେବାରେ ଲାଗିବ।
ଏମିତିରେ ଏବେ ୨୫ଟି ଇ-ବସ୍ ଆସୁଛି। ଯାହା ପ୍ରଥମେ ସମ୍ୱଲପୁରକୁ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ-ବସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।