fbpx
BJD SKY
BJD SKY

Commentry କରିବେ ମୋଦି: ଦୁଇ ଦେଶର ପ୍ରଧାନମନ୍ତ୍ରୀ ଚତୁର୍ଥ ଟେଷ୍ଟରେ କରିବେ କମେଣ୍ଟ୍ରି

BJD

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଖୁବ ସ୍ପେଶାଲ ହେବାକୁ ଯାଉଛି । ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ଉଭୟ ପହଞ୍ଚିବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିସ୍ । କେବଳ ଯୋଗ ଦେବେ କିମ୍ବା ମ୍ୟାଚ ଦେଖିବେ ତାହା ନୁହେଁ, ଦୁଇ ଦେଶର ପ୍ରଧାନମନ୍ତ୍ରୀ ମ୍ୟାଚର ଧାରା ବୀବରଣୀ(କମେଣ୍ଟ୍ରି) ମଧ୍ୟ କରିବେ ବୋଲି ମଧ୍ୟ ଜାଣିବାକୁ ମିଳିଛି । ତେଣୁ କ୍ରିକେଟ ଇତିହାସର ପୃଷ୍ଠାରେ ଏହି ମ୍ୟାଚ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ।

ବର୍ଡର ଗାଭାସ୍କର ଟ୍ରଫିରେ ବର୍ତ୍ତମାନ ଭାରତ ୨-୧ରେ ସିରିଜରେ ଆଗୁଆ ରହିଛି । ତେଣୁ ଚତୁର୍ଥ ତଥା ଶେଷ ଟେଷ୍ଟ ଉଭୟ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇଛି । ଏହାସହିତ ଏହି ମ୍ୟାଚକୁ ଆହୁରି ସ୍ପେଶାଲ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିବେ ଉଭୟ ଦେଶର ଦୁଇ ପ୍ରଧାନମନ୍ତ୍ରୀ । ଏହା ସହିତ ଉଭୟଙ୍କୁ କମେଣ୍ଟ୍ରି କରୁଥିବାର ମଧ୍ୟ ଦେଖିବାକୁ ମିଳିବ । ଦେଶର ପ୍ରଧାନମନ୍ତ୍ରୀଙ୍କ ମୁହଁରୁ କମେଣ୍ଟ୍ରି ଶୁଣିବା ଦ୍ୱାରା ଖେଳାଳିମାନଙ୍କ ମଧ୍ୟରେ ଶକ୍ତି ମଧ୍ୟ ମିଳିବ । ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଉଭୟ ପ୍ରଧାନମନ୍ତ୍ରୀ କମେଣ୍ଟ୍ରି କରିବେ । ତେବେ ଅହମ୍ମଦାବାଦ ଷ୍ଟାଡିୟମ ମୋଦିଙ୍କ ନାମରେ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଏଠାକୁ ପହଞ୍ଚିବେ । ଟସ୍ ସମୟରେ ମଧ୍ୟ ଗ୍ରାଉଣ୍ଡରେ ଉପସ୍ଥିତ ରହିବେ ମୋଦି ଏବଂ ଆନ୍ଥୋନୀ । ମ୍ୟାଚ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ମ୍ୟାଚ ସମୟରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କ ସହ ମଧ୍ୟ ଭେଟ କରିବେ ।

ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ଭାବେ ନାମିତ ହୋଇଛି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ । ତେବେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟ ଜିତି ଭାରତ ସିରିଜରେ ୨-୧ ସହ ଆଗରେ ରହିଛି । ତେବେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ମଧ୍ୟ ଦମଦାର କମବ୍ୟାକ କରିଥିବା ଦେଖାଯାଇଛି । ଇନ୍ଦୋର ଟେଷ୍ଟରେ ବିଜୟଲାଭ କରି ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିସାରିଛି । ତେଣୁ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଏହି ମ୍ୟାଚ ଭାରତ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି ।

Get real time updates directly on you device, subscribe now.