fbpx

ମୋଦୀଙ୍କ ‘ମନ୍ କି ବାତ୍’

ନୂଆଦିଲ୍ଲୀ,୩୦ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ସାରାଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ଦେଶରେ ନାଗରିକଙ୍କ ମଧ୍ୟରେ ଦାୟିତ୍ୱବୋଧ ରହିଛି । ଚଳିତବର୍ଷ ଅନଲାଇନରେ ଗଣେଶ ପୂଜା ପାଳିତ ହୋଇଛି । ପର୍ବ ଓ ପରିବେଶ ମଧ୍ୟରେ ଅପୂର୍ବ ସଂଯୋଗ ରହିଛି । କରୋନା ସମୟରେ ଲୋକେ ଅନୁଶାସନରେ ରହିଛନ୍ତି । କରୋନା କାଳରେ ଦେଶ ବହୁ ପ୍ରସଙ୍ଗରେ ଲଢେଇ କରୁଛି । ଆତ୍ମନିର୍ଭରଶୀଳ ହେବାକୁ ଯୁବବର୍ଗଙ୍କୁ ମୋଦୀ ଆହ୍ୱାନ ଦେଇଛନ୍ତି ।’

ଏହା ସହ ଭାରତ ଖେଳନା ନିର୍ମାଣର ହବ୍ ହୋଇପାରିବ । ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ପଡିବ । କମ୍ପୁଟର ଗେମ ତିଆରି କରିବା ମଧ୍ୟ ଜରୁରୀ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.