fbpx

(Breaking News) ଆଜି ମୋଦୀଙ୍କ ମାରାଥନ୍ ପ୍ରଚାର: ୩ଟି ଜିଲ୍ଲାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶାର ନିର୍ବାଚନ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରୁ ବାହାରି ୩ଟି ଜିଲ୍ଲାରେ ଜନସମାବେଶ କରିବା ସହ ବିଜେପି ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗୀରରେ ଆଜି କମ୍ପିବ ପ୍ରଚାର ମଇଦାନ । ସମସ୍ତ ଜିଲ୍ଲାରେ ଜନସମାବେଶ କରି ଜନତା ତଥା ଭୋଟରଙ୍କୁ ସମ୍ବୋଧନ କରିବେ ବିଜେପିର କ୍ୟାପଟେନ୍ । ତେବେ ଗତକାଲି ରୋଡ୍ ସୋ’ ସରିବା ପରେ ଭୁବନେଶ୍ୱରରେ ରହିଛନ୍ତି ମୋଦୀ । ଆଜି ଭୁବନେଶ୍ୱରରୁ ବାହାରି ସିଧା ଫୁଲବାଣୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଏହାପରେ ବଲାଙ୍ଗୀର ଏବଂ ବରଗଡ଼ ଯାତ୍ରା କରିବା ସହ ମାରାଥନ୍ ପ୍ରଚାର କରି ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ।

Get real time updates directly on you device, subscribe now.