ମହମ୍ମଦ ସିରାଜଙ୍କୁ ମିଳିବ କି ଦଣ୍ଡ, ଜାଣନ୍ତୁ କ’ଣ କହୁଛି ଆଇସିସିର ଏହି ନିୟମ
ମହମ୍ମଦ ସିରାଜଙ୍କୁ ମିଳିପାରେ ବଡ଼ ଦଣ୍ଡ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ୧୦ ଜୁଲାଇରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜର ତୃତୀୟ ମୁକାବିଲା ଖେଳାଯାଉଛି। ୧୩ ଜୁଲାଇ ଅର୍ଥାତ ଖେଳର ଚତୁର୍ଥ ଦିନ ମହମ୍ମଦ ସିରାଜ ବେନ ଡକେଟଙ୍କୁ ଆଉଟ୍ କରି ଫାଭେଲିୟନ ପଠାଇଛନ୍ତି। ଭାରତ ପାଇଁ ଏହା ବଡ଼ ସଫଳତା ଥିଲା।
ଡକେଟଙ୍କୁ ଆଉଟ କରିବା ପରେ ସିରାଜ ଜବରଦସ୍ତ ଏଗ୍ରେସନ ଦେଖାଇଥିଲେ। ଏହା ବ୍ୟତୀତ ଦ୍ରୁତ ବୋଲର ଇଂଲଣ୍ଡ ବ୍ୟାଟରଙ୍କ ପାଖକୁ ଯାଇ ଚିଲାଇ ଥିଲେ। ବର୍ତ୍ତମାନ ଏହି ମାମଲା ଉପରେ ଆଇସିସି ସିରାଜଙ୍କୁ ଦଣ୍ଡିତ କରିପାରେ। ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇପାରେ। ଆସନ୍ତୁ ଜାଣିବା ଏହି ବିଷୟରେ..
ଚତୁର୍ଥ ଦିନ ଷଷ୍ଠ ଓଭରରେ ସିରାଜ ବେନ ଡକେଟଙ୍କୁ ଆଉଟ୍ କରିଛନ୍ତି। ଆଉଟ କରିବା ପରେ ସିରାଜ ବେନ ଡକେଟଙ୍କ ପାଖକୁ ଆସୁଛନ୍ତି, ଯେତେବେଳେ ସେ ପାଭେଲିୟନ ଫେରୁଥିଲେ। ସହି ସମୟରେ ଆକ୍ରମଣାତ୍ମକ ହୋଇ ଡକେଟଙ୍କ ଉପରେ ନିଜର କ୍ରୋଧ ଦେଖାଇଛନ୍ତି।
ଏହାପରେ ସିରାଜ ଇଂଲଣ୍ଡ ବ୍ୟାଟରଙ୍କୁ ଆଖି ଦେଖାଇ ଖୁବ ଚିଲାଇଛନ୍ତି। ବର୍ତ୍ତମାନ ଏହି ମାମଲାରେ ଆଇସିସି ମହମ୍ମଦ ସିରାଜଙ୍କୁ ଦଣ୍ଡ ଦେଇପାରେ।
ଆଇସିସିର ନିୟମ: ଆଇସିସି ଖେଳାଳିମାନେ ଏବଂ ସହଯୋଗୀ ଷ୍ଟାଫଙ୍କ ପାଇଁ ନିଜର ଆଚରଣ ସଂହିତା ଆର୍ଟିକିଲ ୨.୫ ଅନୁଯାୟୀ, ସିରାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।
ଏହି ଆର୍ଟିକିଲରେ ଯଦି କୌଣସି ବୋଲର ତୀବ୍ରତାର ସହ ବ୍ୟାଟରଙ୍କୁ ଆକ୍ରମଣ କରିବା ଲାଗି ମଜବୁର କରିଥାଏ, ତେବେ ତାଙ୍କ ଉପରେ ଜରିମାନା ବା ଦଣ୍ଡ ଶୁଣାଣି କରାଯାଇଥାଏ।
ସିରାଜ ମଧ୍ୟ କିଛି ଏଭଳି କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଦଣ୍ଡ ମିଳିପାରେ। ଯଦି ସିରାଜ ଦୋଷୀ ହୁଅନ୍ତି, ତେବେ ତାଙ୍କ ଉପରେ ୨୦ ପ୍ରତିଶତ ମ୍ୟାଚ ଫିସ୍ରେ ହ୍ରାସ ଏବଂ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଲାଗିପାରେ।