CHARIDHAM

ଡରାଇଲେ DSP: ଘଣ୍ଟା ପ୍ରତି ୧୮୧.୬ କି.ମି. ବେଗରେ ବୋଲିଂ କଲେ ସିରାଜ, ଟେରା ହୋଇଗଲେ କଙ୍ଗାରୁ

ନୂଆଦିଲ୍ଲୀ: ଆଡିଲେଡ୍ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନର ଷ୍ଟମ୍ପ୍ ଘୋଷଣା ହେବା ପରେ ଭାରତ ପାଖରେ ହସିବାର କିଛି ନଥିଲା। ତେବେ ପ୍ରଶଂସକମାନେ ନିଜ ମନୋରଞ୍ଜନ ପାଇଁ କିଛି ପାଇଥିଲେ। ପ୍ରଥମ ଦିନର ଶେଷ ଅଧିବେଶନରେ ମହମ୍ମଦ ସିରାଜଙ୍କ ଏକ ବଲ୍ ର ବେଗ ଘଣ୍ଟା ପ୍ରତି ୧୮୧.୬ କିଲୋମିଟର ଥିବା ଜଣାପଡ଼ିବା ପରେ ସ୍ପିଡ୍ ମିଟରରେ ବୈଷୟିକ ତ୍ରୁଟି କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ବାସ୍ତବରେ ଅଷ୍ଟ୍ରେଲିଆ ଇନିଂସର ୨୫ତମ ଓଭର ସିରାଜଙ୍କ ପାଖକୁ ଆସିଥିଲା। ଏହି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଏହି ଓଭରର ଗୋଟିଏ ବଲ୍ ର ବେଗ ଘଣ୍ଟା ପ୍ରତି ୧୮୧.୬ କିଲୋମିଟର ବୋଲି ଦର୍ଶାଯାଇଥିଲା। ଏହା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ପ୍ରଶଂସକମାନେ କଙ୍ଗାରୁର ଖୁବ ମଜା ନେଇଥିଲେ ।

ତେବେ ସ୍ପିଡ୍ ମିଟରରେ ବୈଷୟିକ ତ୍ରୁଟି ଯୋଗୁଁ ଏପରି ଘଟିଛି। ଏହି ମୁହୂର୍ତ୍ତକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶେୟାର କରି କଙ୍ଗାରୁର ମଜା ନେଇଥିଲେ। ସୋସିଆଲ ମିଡିଆ ୟୁଜର୍ସ ସ୍କ୍ରିନ୍ ସଟ୍ ସହ ଅନେକ ମିମ୍ ସ ତିଆରି କରିଛନ୍ତି। ଏହି ଫଟୋସେୟାର କରି ଜଣେ ୟୁଜର ଲେଖିଛନ୍ତି, ଭାଇ ଭୟଭୀତ। ଏଥିସହିତ କେହି ଜଣେ ଲେଖିଛନ୍ତି ଯେ ଏହା କ୍ରିକେଟ ଇତିହାସର ଦ୍ରୁତତମ ବଲ୍ ଥିଲା।