fbpx

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ମହମ୍ମଦ ୟୁମ୍ମାନ ଟପ୍ପର

ବିହାର: ଆଜି ପ୍ରକାଶ ପାଇଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବିହାର ବୋର୍ଡ ତରଫରୁ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି । ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ବିଏସଇବି ଚେୟାରମ୍ୟାନ ଆନନ୍ଦ କିଶୋର ଉପସ୍ଥିତ ରହି ମାଟ୍ରିକ ପିଲାଙ୍କ ରେଜଲ୍ଟ ଘୋଷଣା କରିଛନ୍ତି । ତେବେ ଚଳିତବର୍ଷ ବିହାରର ପାସ୍ ହାର ୮୧.୦୪ ପ୍ରତିଶତ ରହିଥିବା ବେଳେ ଶେଖପୁରାର ମହମ୍ମଦ ୟୁମ୍ମାନ ରାଜ୍ୟରେ ଟପ୍ପର ହୋଇଛନ୍ତି ।

ସୂଚନା ଅନୁସାରେ, ବିହାରରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫେବୃଆରୀ ୧୪ ତାରିଖର ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ପରୀକ୍ଷାରେ ରାଜ୍ୟରେ ମୋଟ ୧୬ ଲକ୍ଷ ୩୭ ହଜାର ୪୧୪ ଜଣ ପିଲା ପରୀକ୍ଷା ଦେଇଥିଲେ । ତେବେ ଏଥିମଧ୍ୟରୁ ୮ ଲକ୍ଷ ୩୧ ହଜାର ୨୧୩ ଜଣ ଛାତ୍ରୀ ଏବଂ ୮ ଲକ୍ଷ ୬ ହଜାର ୨୦୧ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି ତେବେ ଚଳତବର୍ଷ ରାଜ୍ୟରେ ପାସ୍ ହାର ୮୧.୦୪% ରହିଛି । ତେବେ ପିଲାମାନେ ନିଜର ମାଟ୍ରିକ ରେଜଲ୍ଟ ଦେଖିବା ପାଇଁ ଶିକ୍ଷା ବିଭାଗର ଅଫିସିଆଲ ୱେବସାଇଟ http://biharboardonline.bihar.gov.in/ କୁ ଭିଜିଟ କରିପାରିବେ ।

Get real time updates directly on you device, subscribe now.