fbpx

ଏହି ସରକାରୀ ଯୋଜନାରେ ୧୦ ବର୍ଷ ପରେ ଦ୍ୱିଗୁଣିତ ହେବ ଟଙ୍କା, ଜାଣନ୍ତୁ ସମସ୍ତ ଫିଚର୍ସ

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଦିନରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ପୋଷ୍ଟ ଅଫିସର ସେଭିଂ ସ୍କିମରେ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବା ସହିତ ନିବେଶ କରିଥିବା ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଯଦି ବ୍ୟାଙ୍କ ଡିଫଲ୍ଟ ହୁଏ, ତେବେ ଆପଣଙ୍କୁ ୫ ଲକ୍ଷ ଟଙ୍କା ଫେରସ୍ତ ମିଳିବ । ଏହା ବ୍ୟତୀତ ପୋଷ୍ଟ ଅଫିସର ସେଭିଂ ସ୍କିମରେ ବହୁତ କମ୍ ରାଶିର ନିବେଶ କରିପାରିବେ । ପୋଷ୍ଟ ଅଫିସର ସ୍ମଲ ସେଭିଂ ସ୍କିମରେ କିଷାନ ବିକାଶ ପତ୍ର ବି ସାମିଲ ରହିଛି । ଆସନ୍ତୁ ଏହି ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ସୁଧ ହାର:-
ପୋଷ୍ଟ ଅଫିସର କିଷାନ ବିକାଶ ପତ୍ର ଯୋଜନାରେ ବାର୍ଷିକ ୬.୯ ପ୍ରତିଶତ ସୁଧ ରହିଛି । ଏହି ସୁଧ ଦର୧ ଏପ୍ରିଲ ୨୦୨୦ରୁ ଲାଗୁ ହୋଇଛି । ଏହି ସ୍ମଲ ସେଭିଂ ସ୍କିମରେ ନିବେଶ କରିବା ଦ୍ୱାରା ଆପଣଙ୍କ ଟଙ୍କା ୧୦ ବର୍ଷ ଓ ୪ ମାସରେ ଦ୍ୱିଗୁଣିତ ହୋଇଯିବ ।

ନିବେଶ ରାଶି:-
କିଷାନ ବିକାଶ ପତ୍ର ଯୋଜନାରେ ଜଣେ ବ୍ୟକ୍ତି ଅତି କମରେ ୧୦୦୦ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ୧୦୦ ଟଙ୍କା ମଲ୍ଟିପଲରେ ନିବେଶ କରିବାକୁ ପଡିବ । ଏହି ଯୋଜନାରେ ନିବେଶ ପାଇଁ କୌଣସି ସୀମା ନାହିଁ ।

କିଏ ଖୋଲିପାରିବ ଆକାଉଣ୍ଟ:-
ଡାକ ବିଭାଗର କିଷାନ୍ ବିକାଶ ପତ୍ର ଯୋଜନାରେ ଜଣେ ବୟସ୍କ କିମ୍ବା ତିନି ଜଣ ବୟସ୍କ ମିଶି ଏକା ସାଙ୍ଗରେ ଜଏଣ୍ଟ ଆକାଉଣ୍ଟ୍ ଖୋଲିପାରିବେ । ଏହା ବ୍ୟତୀତ ଯୋଜାରେ ନାବାଳକ ବା ଦୁର୍ବଳ ମନର ବ୍ୟକ୍ତିଙ୍କ ପକ୍ଷରୁ ଅଭିଭାବକମାନେ ଆକାଉଣ୍ଟ ଖୋଲିପାରିବେ । ଏହି ଯୋଜନାରେ ୧୦ ବର୍ଷରୁ ଅଧିକ ବୟସର ନାବାଳକ ମଧ୍ୟ ନିଜ ନାଁରେ ଏକ ଆକାଉଣ୍ଟ ଖୋଲିପାରିବେ । ଏହି ଯୋଜନାରେ ମ୍ୟାଚୁରିଟି ଜମା ତାରିଖରୁ ଲାଗୁ ହେବ ।

Get real time updates directly on you device, subscribe now.