fbpx

ବିଜେଡିରେ ଯୋଗଦେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ମୋନିଦୀପା ସର୍ଖେଲ । ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଆଜି ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ବାପି ସର୍ଖେଲ ବର୍ତ୍ତମାନ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେବେ ତାଙ୍କ ସମର୍ଥନରେ ଜିତିଥିବା ୭ ସ୍ୱାଧୀନ କାଉଁସିଲର ମଧ୍ୟ ମୋନିଦୀପା ଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଛବିଲତା ରାଉତ, ଜୟନ୍ତୀ ମାଦେଲି, ସ୍ବପନାରାଣୀ ଜେନା, ବନିତା ରାଉତ, ଶୁକ୍ରମଣି ନାଗ, ସୌଦାମିନୀ ରାଉତ , ରୁନିବାଳା ପରିଡା, ଜଗନା ରାଓ କାମଲା । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପସ୍ଥିତିରେ ଆଜି ସମସ୍ତେ ଦଳରେ ଯୋଗ ଦେଇଛନ୍ତି।

ତେବେ ବିଜେଡିରେ ସାମିଲ ହେବା ପରେ ମୋନିଦୀପା କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟଧାରା ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଛି । ତେବେ ଦଳରେ ତାଙ୍କୁ ସାମିଲ କରାଇଥିବାରୁ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ଦଳୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମେ ୧୩ରେ ୪ଟି, ମେ ୨୦ରେ ୫ଟି, ମେ ୨୫ରେ ୬ଟି ଓ ଜୁନ୍ ୧ରେ ଅନ୍ୟ ୬ଟି ଆସନରେ ଭୋଟ୍ ନିଆଯିବ । ଏଥିସହ ଜୁନ୍ ୪ ତାରିଖରେ ଘୋଷଣା ହେବ ଫଳାଫଳ। ଏନେଇ ପ୍ରେସମିଟ କରି ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ତେବେ ନିର୍ବାଚନ ତାରିଖ ଘୋଷଣା ସହ ଶନିବାର ଠାରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

Get real time updates directly on you device, subscribe now.