fbpx

ମହିଳାଙ୍କ ହାତରୁ iPhone ଛଡ଼ାଇଲା ମାଙ୍କଡ଼, ତା’ ପରେ କ’ଣ ହେଲା ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଭାସ୍କର: ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ । ଏଥିମଧ୍ୟରେ ଏମିତି କିଛି ମଜାଦାର ଭିଡ଼ିଓ ଥାଏ ଯାହା ମନୋରଞ୍ଜନର ଖୁରାକ ଯୋଗାଇଥାଏ । ଯାହାକୁ ଦେଖିଲେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ନିକଟରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ମାଙ୍କଡ଼ ଜଣେ ମହିଳାଙ୍କ ଦାମୀ ଫୋନ୍ ଛଡ଼ାଇ ଏକ କାନ୍ଥ ଉପରେ ଚୁପଚାପ ବସିଥିବାର ନଜର ଆସିଛି । ପରେ ଉକ୍ତ ମହିଳା ଏବଂ ମାଙ୍କଡ଼ ମଧ୍ୟରେ ଏକ ଡିଲ୍ ହେବା ପରି ମନେ ହେଉଛି । ଆଉ ତା’ପରେ ଯାହା ହେଲା ଆପଣ ଜାଣିଲେ ତାଜୁବ ହୋଇଯିବେ । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଜାଣିବା ପୁରା ମାମଲା ।

ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ କିପରି ଗୋଟିଏ ମାଙ୍କଡ଼ ଜଣେ ମହିଳାଙ୍କ ଠାରୁ ଫୋନ( iPhone) ଛଡ଼ାଇ ଏକ କାନ୍ଥ ଉପରେ ବସି ଯାଉଛି । ମହିଳା ଜଣଙ୍କ ବ୍ୟସ୍ତ ବିବ୍ରତ ହୋଇଯାଉଛନ୍ତି । ପରେ ସେ ନିଜ ବ୍ୟାଗରୁ କିଛି ଜିନିଷ ବାହାର କରି ମାଙ୍କଡ଼କୁ ଦେଉଛନ୍ତି । ମାଙ୍କଡ଼ ତାହା ମନା କରିଦେଉଛି । ଏହା ପରେ ମହିଳା ଜଣଙ୍କ ବ୍ୟାଗରୁ ଗୋଟିଏ ଫଳ ବାହାର କରି ମାଙ୍କଡ଼କୁ ଦେଉଛନ୍ତି । ଆଉ ମାଙ୍କଡ଼ ତାହା ଗ୍ରହଣ କରୁଛି । କିନ୍ତୁ ଫୋନ୍ ଫେରାଉନାହିଁ । ପୁଣି ଆଉ ଏକ ଫଳ ପାଇବା ପରେ ମାଙ୍କଡ଼ଟି ଡିଲଟି ଉଚିତ ମନେ କରି ମହିଳାଙ୍କୁ ଫୋନଟି ଫେରାଇ ଦେଉଛି । ଏହି ଭାଇରାଲ ଭିଡ଼ିଓକୁ @HowThingsWork_ ନାମକ ଏକ ଆକାଉଣ୍ଟ ‘ଏକ୍ସ’ରେ ଶେୟାର କରିଛନ୍ତି । ଏହି ଭିଡ଼ିଓର କ୍ୟାପସନରେ ସେ ଲେଖିଛନ୍ତି, ‘ଆଜିକାଲି ବାଲିରେ ମାଙ୍କଡ଼ ସ୍ମାର୍ଟ ହୋଇଗଲେଣି । ସେମାନେ ଜାଣିଛନ୍ତି ଯେ ଫୋନ୍ ଚୋରି କରି ଲୋକଙ୍କ ଠାରୁ ଖାଦ୍ୟ ପାଇପାରିବେ । ଲୋକଙ୍କ ସହ ବୁଝାମଣା କରି ଖାଦ୍ୟ ପରିବର୍ତ୍ତେ ସେମାନଙ୍କ ଫୋନ୍ ଫେରାଇ ପାରିବେ ।’ ଏହି ଭିଡ଼ିଓକୁ ୧ ଳକ୍ଷରୁ ଉଦ୍ଧ୍ୱର୍ ଲୋକମାନେ ଦେଖିସାରିଛନ୍ତି । ଏହା ସହ ଲାଇକ୍ ଓ କମେଣ୍ଟ ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.