fbpx

ମଙ୍କିପକ୍ସ ଭୟ: ହସ୍ପିଟାଲରେ ଆଇସୋଲେସନ ବେଡ୍ ପ୍ରସ୍ତୁତି

ବିଦେଶରେ କାୟା ବିସ୍ତାର କରି ଚାଲିଛି ମଙ୍କିପକ୍ସ । ଏନେଇ ପଶ୍ଚିମବଙ୍ଗର ସରକାର ଚିନ୍ତିତ ଥିବା ଜଣା ପଡ଼ିଛି । ବିଦେଶରୁ ଆସୁଥିବା ଯେଉଁ ବ୍ୟକ୍ତିମାନଙ୍କ ନିକଟରେ ମଙ୍କିପକ୍ସ ରୋଗର ଲକ୍ଷଣ ଦେଖାଯାଉଛି ସେମାନଙ୍କ ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ପଶ୍ଚିମବଙ୍ଗ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଡାକ୍ତରଖାନା ଗୁଡ଼ିକରେ ଆଇସୋଲେସନ ବେଡ୍ ପ୍ରସ୍ତୁତ କରିବା ସହ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କର ନମୁନା ସଂଗ୍ରହ କରି ପୁନେସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ ସଂସ୍ଥାକୁ ପଠାଇବା ପାଇଁ ।

ଭାରତରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ଅନ୍ୟଦେଶରେ ଆସୁଥିବା ମାମଲାକୁ ନଜର ଦେଲେ ଭାରତରେ ଏହି ରୋଗ ଘୁବଶୀଘ୍ର ଦେଖାଯିବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ । ତେବେ ଏହି ସୂଚନାକୁ ସମସ୍ତ ଜିଲା ପ୍ରଶାସନ, କୋଲକାତା ନଗର ନିଗମ ଓ ସମସ୍ତ ମେଡିକାଲ କଲେଜର ଅଧିକ୍ଷକ ମାନଙ୍କୁ ପଠାଇ ଦିଆଯାଇଛି ।

ଆଇସିଏମଆରର ମହାନିର୍ଦ୍ଦେଶକ ସମୀରନ ପଣ୍ଡା ସୂଚନା ଦେଇ କହିଛନ୍ତି ଭାରତର କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଭାଇରସ ଦେଖାଯାଇ ନଥିଲେ ମଧ୍ୟ ଆମକୁ ସତର୍କ ରହିବାକୁ ହେବ । ଯେଉଁ ବ୍ୟକ୍ତି ବିଦେଶରୁ ଫେରିଥିବେ ଯଦି ସେମାନଙ୍କ ନିକଟରେ ଜ୍ୱର ବା ମୁଣ୍ଡବିନ୍ଧା ଭଳି ଳକ୍ଷଣ ଦେଖାଯାଏ ସେମାନଙ୍କୁ ତୁରନ୍ତ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଛି ।

 

Get real time updates directly on you device, subscribe now.