fbpx
BSKY
BJD MC SKY
BJD YOUTH SKY

ଆମେରିକାରେ ପ୍ରଥମଥର ପିଲାଙ୍କଠାରେ ମିଳିଲା ମଙ୍କିପକ୍ସ ଭାଇରସ୍: ଲାଗିପାରେ ପବ୍ଲିକ୍ ହେଲ୍ଥ ଏମରଜେନ୍ସି

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଏବେ ଚିନ୍ତା ଅଧିକ ବଢ଼ିଯାଇଛି । ଏହାରି ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମଥର ପାଇଁ ପିଲାମାନଙ୍କଠାରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ଅଧିକାରୀମାନେ ଶୁକ୍ରବାର ବା ଜୁଲାଇ ୨୨ରେ ଏହି ସୂଚନା ଦେଇଛନ୍ତି । କାଲିଫର୍ଣ୍ଣିଆରେ ଜଣେ ବାଳକ ଓ ଆଉ ଏକ ଶିଶୁଠାରେ ଏହି ଲକ୍ଷଣ ଦେଖିବାକୁ ମିଳିଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଏକ ବିବୃତ୍ତିରେ କହିଛି ଯେ, ଏହି ଦୁଇଟି ମାମଲା ଅସମ୍ବନ୍ଧିତ ଏବଂ ଘରୋଇ ଟ୍ରାନ୍ସମିସନର ପରିଣାମ । ଏଜେନ୍ସି କହିଛି ଯେ, ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ଏବେ ସେମାନଙ୍କର ଚିକିତ୍ସା ଚାଲିଛି ।

ଏହାରି ମଧ୍ୟରେ ଆମେରିକାରେ ମଙ୍କିପକ୍ସ ମାମଲା ୨୮୦୦ ଅତିକ୍ରମ କରିଥିବାରୁ ବାଇଡେନ୍ ପ୍ରଶାସନ ପବ୍ଲିକ୍ ହେଲ୍ଥ ଏମରଜେନ୍ସି ଘୋଷଣା କରିବେ କି ନାହିଁ, ସେନେଇ ବିଚାର କରୁଛନ୍ତି ।

କିପରି ବ୍ୟାପେ ମଙ୍କିପକ୍ସ?

ମଙ୍କିପକ୍ସ ଏକ ଭାଇରାଲ୍ ଭୂତାଣୁ, ଯାହା ମୂଷା ଓ ବିଶେଷକରି ମାଙ୍କଡମାନଙ୍କ ଦ୍ୱାର ମନୁଷ୍ୟକୁ ସଂକ୍ରମିତ ହୋଇଥାଏ । ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତ ମାମଲା ପୁରୁଷ ଓ ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଛି । ଏବଂ ୮୦ ପ୍ରତିଶତ ମାମଲା ୟୁରୋପ, ପରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି । ମଙ୍କିପକ୍ସ ମୂଳରୂପରେ ଅତି ନିବିଡ ଭାବେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ମାଧ୍ୟମରେ ବ୍ୟାପିଥାଏ । ବର୍ତ୍ତମାନ ମଙ୍କିପକ୍ସର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଚିକେନ୍ ପକ୍ସ ଟିକା ଏଥିପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ, କାରଣ ଏହା ମଙ୍କିପକ୍ସକୁ ରୋକିପାରିବ ଏବଂ ମଙ୍କିପକ୍ସର ଚିକିତ୍ସା ପାଇଁ ଚିକିତ୍ସାତ୍ମକ ଏଜେଂଟ ଭାବେ କାର୍ଯ୍ୟ କରିପାରେ ।

ଏହାକୁ ରୋକିବା ପାଇଁ ଆମକୁ ସବୁ ସର୍ତକତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ମଙ୍କିପକ୍ସରେ ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ନଆସିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ସମସ୍ତ ଜିନିଷ ଠାରୁ ଦୂରେଇ ରହି ମଙ୍କିପକ୍ସକୁ ରୋକାଯାଇପାରିବ । ମଙ୍କିପକ୍ସର ଲକ୍ଷଣ ଗୁଡ଼ିକ ଲୋକଙ୍କ ଠାରେ ଦେଖାଯାଉଥିବା ଚିକେନ୍ ପକ୍ସ ସହ ସମାନ । ଏହାର ପ୍ରାଥମିକ ଲକ୍ଷଣରେ ପୂରା ଶରୀରରେ ନାଲି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହାଛଡ଼ା ନିମୋନିଆ, ଥଣ୍ଡା, ଜ୍ୱର, ଶରୀରରେ ଯନ୍ତ୍ରଣା, ଅବସାଦ, ମୁଣ୍ଡବ୍ୟଥା, ବାନ୍ତି, ପେଟବ୍ୟଥା ଓ ଝାଡ଼ା ଆଦି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ ।

Get real time updates directly on you device, subscribe now.