fbpx
BSKY SKY
BSKY SKY

ମାଙ୍କଡ଼ ପଶିଲା ସ୍କୁଲରେ, ପ୍ରିନ୍ସପାଲଙ୍କ ଚେଆର୍ ଛାଡ଼ିଲାନି

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍କୁଲ୍ ଚାଲିଥିଲା ଆଉ ଖୋଲା ଥିଲା ପ୍ରିନ୍ସପାଲଙ୍କ ରୁମ୍ । ସ୍କୁଲ୍ ପରିସରରେ ବି ଥିଲା କିଛି ଗାଡ଼ି । ଆଉ କେତେକ ଷ୍ଟାଫ୍ ବି ଥିଲେ । ହେଲେ ହଠାତ୍ ପଶିଆସିଲେ ମର୍କଟ ବାହିନୀ । ପୂରା କବ୍ଚା କରିନେଲେ ସ୍କୁଲକୁ । ଡେଇଁଲେ କୁଦିଲେ ଆତଙ୍କ ଖେଳାଇଦେଲେ । ଏପରିକି ପ୍ରିନ୍ସପାଲଙ୍କ ଚେଆରକୁ ଛାଡ଼ିଲାନି ଏକ ମାଙ୍କଡ଼ ।

କାହାଣୀ ଭଳି ଲାଗୁଥିବା ସତ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଡବରାସ୍ଥିତ ଏକ ସରକାରୀ ସ୍କୁଲ୍ରେ । ଏକକଳାଳୀନ ସ୍କୁଲ୍ ଭିତରକୁ ପଶି ଆସିଲେ ପଲେ ମାଙ୍କଡ଼ । ଆଉ ଆଡମିସନ୍ ପାଇଁ ଆସିଥିବା କେତେକ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଆକ୍ରମଣ କରିବା ଫଳରେ ଅନେକ ଆହତ ମଧ୍ୟ ହୋଇଗଲେ । କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଏଭଳି କିଛିଦିନ ବ୍ୟବଧାନ ମଧ୍ୟରେ ମାଙ୍କଡ଼ମାନେ ପଶି ଆସୁଛନ୍ତି । ଏନେଇ ବନ ବିଭାଗ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି । ହେଲେ ହଟୁନି ସମସ୍ୟା । ଡାବରାସ୍ଥିତ ସରକାରୀ ବାଳକ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗି ରହିଛି । କେବଳ ଏତିକି ନୁହେଁ ସ୍କୁଲ ନିକଟରେ ରହିଥିବା ବିଆରସି କାର୍ଯ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ମାଙ୍କଡ଼ଙ୍କ ଉପଦ୍ରବ ଲାଗି ରହୁଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.