fbpx

ଭାରତୀୟ ମହିଳାଙ୍କ ଆଉ ଏକ ପରାଜୟ; ୨-୦ରେ ହରାଇଲା ଜର୍ମାନୀ

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି ଭାରତୀୟ ମହିଳା ହକି ଦଳ । ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡସ ନିକଟରୁ ପରାଜିତ ହୋଇଥିବା ଭାରତୀୟ ମହିଳା ଦଳ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ନିକଟରୁ ୨-୦ରେ ପରାଜିତ ହୋଇଛି । ମ୍ୟାଚର ପ୍ରଥମ ଦୁଇ କ୍ୱାର୍ଟର ଜର୍ମାନ ଡିଫେଣ୍ଡର ମାନେ ଭାରତୀୟ ଖେଳାଳିଙ୍କୁ ବାନ୍ଧି ରଖିବା ସହିତ ମଧ୍ୟଭାଗ ଅତିକ୍ରମ କରିବାର ସୁଯୋଗ ଦେଇନଥିଲେ । ତେବେ ୨-୦ରେ ପଛୁଆ ରହିଥିଲେ ହେଁ ଅନ୍ତିମ କ୍ୱାର୍ଟରରେ ଭାରତୀୟ ଖେଳାଳି ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ।

ରିଓ ବ୍ରୋଞ୍ଜ ପଦକ ବିଜେତା ଜର୍ମାନୀ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ଦଳ ଏକାଧିକ ପେନାଲ୍ଟି କର୍ଣ୍ଣର ମିସ୍ କରିଥିଲା । ପ୍ରଥମାର୍ଦ୍ଧରେ ନିକ ଲରେଞ୍ଜ ଜର୍ମାନୀ ପାଇଁ ଗୋଲ ସ୍କୋର କରିଥିଲେ । ୪ରୁ ଅଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ରାଣୀ ରାମପାଲ, ବନ୍ଦନା କଟାରିୟା ଓ ଗୁରଜିତ କୌର ଏହାକୁ ଗୋଲରେ ପରିଣତ କରିପାରିନଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ମ୍ୟାଚରେ ଭାରତ ୧-୫ରେ ନେଦରଲ୍ୟାଣ୍ଡସ ଠାରୁ ପରାଜିତ ହୋଇଥିଲା । ଭାରତ ନିଜର ପରବର୍ତ୍ତୀ ମ୍ୟାଚରେ ଗ୍ରେଟ ବ୍ରିଟେନ(୨୮), ଆୟାର୍ଲାଣ୍ଡ(୩୦) ଓ ସାଉଥ୍ ଆଫ୍ରିକା(୩୧)ରେ ଖେଳିବ ।

Get real time updates directly on you device, subscribe now.