fbpx

ତାତିରୁ ମିଳିବ ତ୍ରାହି: ଆସୁଛି ମୌସୁମୀ

AAKASH

ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନେକ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଗତ ଦୁଇ ତିନି ଦିନ ଭିତରେ କେତେକ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇଛି ।

ଆଗାମୀ ଦୁଇ ଦିନରେ ଏହାର ପରିମାଣ ବଢିବା ନେଇ ଆକଳନ କରାଯାଇଛି । ଯାହା ମୌସୁମୀ ଆଗମନ ପାଇଁ ଅନୁକୂଳ ବୋଲି କୁହାଯାଉଛି । ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ । ମଙ୍ଗଳବାର ମଧ୍ୟ ଓ ନବରଙ୍ଗପୁରର କେତେକ ସ୍ଥାନରେ ବର୍ଷା ହୋଇଥିଲା । ଚଳିତମାସ ୨୨ରୁ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୨ ପରେ ୨୩ ଓ ୨୪ ତାରିଖରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ତେବେ ଏସବୁ ଭିତରେ ବି ପଶ୍ଚିମ ଓଡ଼ିଶାରେ ବି ପାରଦ ୪୦ ଡିଗ୍ରୀ ଉପରେ ରହିବ । ହେଲେ ହିଟ୍ୱେଭ୍ ରହିବନି । ଜୁନରେ ୮୦ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ମୌସୁମୀ କେରଳକୁ ବିଳମ୍ବରେ ଛୁଇଁଥିବାରୁ ଏହା ଓଡ଼ିଶା ଛୁଇଁବା ପାଇଁ ବିଳମ୍ବ ଘଟୁଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଗକୁ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.