fbpx
BSKY
BJD YOUTH SKY
BJD MS SKY

Tea loversଙ୍କ ପାଇଁ ବଡ ଖବର: ଗରମ ଗରମ ଚା’ ପିଉଥିଲେ ଖାଦ୍ୟନଳୀରେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ

ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ କରୁଥିବା ବେଳେ କେହି କେହି ଥଣ୍ଡା କରି ପିଇଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଗରମ ଚା’ ପିଇବା କେତେ କ୍ଷତିକାରକ? ଗରମ ଚା’ ପିଇବା ଦ୍ୱାରା ଖାଦ୍ୟନଳୀରେ କ୍ୟାନ୍‌ସର ହୋଇଥାଏ। ଯଦି ଚା’ ୭୫ ଡିଗ୍ରୀ ସେଲ୍‌ସିୟସ ଗରମ ଥାଏ ତେବେ ସେମାନଙ୍କଠାରେ ଏହି ରୋଗର ଆଶଙ୍କା ଅଧିକ। ତେଣୁ ଚା’କୁ କପ୍‌ରେ ୪ ମିନିଟ ରଖିବା ପରେ ପିଇବା ଉଚିତ।

ଆମେରିକା କ୍ୟାନ୍‌ସର ସୋସାଇଟି ମୁଖ୍ୟ ଅଥର ଇସ୍‌ଲାମିକ୍‌ଙ୍କ କହିବା ଅନୁଯାୟୀ, ଗରମ ଗରମ ଚା’ର ମଜା ନେବାକୁ ସମସ୍ତେ ଚାହିଁଥାନ୍ତି। ମାତ୍ର ଏହା କ୍ଷତିକାରକ। ୬୦ ଡିଗ୍ରୀରୁ ଅଧିକ ଗରମ ଥିବା ଚା’ ପିଉଥିବା ଲୋକଙ୍କଠାରେ କ୍ୟାନ୍‌ସର ଆଶଙ୍କା ୯୦ ପ୍ରତିଶତ ଥାଏ।

ଏହା ସହ ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଖାଲି ପେଟରେ ଚା’ ପିଇ ଆପଣ ନିଜ ପେଟର ସିଧାସଳଖ କ୍ଷତି ପହଁଚାଉଛନ୍ତି । ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢ଼ିବାର ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା ଚା’ ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦିଏ ।

: ଆପଣ ଖାଲି ପେଟରେ କ୍ଷୀର ଚା’ ପିଅନ୍ତୁ ନାହିଁ । ଖାଲି ପେଟରେ ଅଧିକ କ୍ଷୀର ମିଶା ଚା’ ପିଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୋଇଥାଏ।

: ଯଦି ଆପଣ ଏହା ବି ଭାବୁଛନ୍ତି ଯେ ଆପଣ ଚା’ ଖାଇବା ପରେ ପିଉଛନ୍ତି, ତଥାପି ଆପଣ ସମସ୍ୟାରୁ ବାହାର ନୁହନ୍ତି । ଆମେ ସମସ୍ତେ ଜାଣନ୍ତି ଯେ ଚା’ରେ ଟେଟିନ୍ ଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ ‌ହୋଇଥାଏ ।

: ଯଦି ଆପଣ ଦିନରେ ୪ରୁ ୫ ଥର ଚା’ ପିଉଥାନ୍ତି, ତ ନିଜର ଏହି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ ।

Get real time updates directly on you device, subscribe now.