କଡ଼ ଲେଉଟାଉଛି ମୌସୁମୀ, ଏହି 4 ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: କଡ଼ ଲେଉଟାଉଛି ମୌସୁମୀ । ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ । ଆଜି 4 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗଜପତି, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ଅଛି । ଅବଶିଷ୍ଟ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗର ୟଲୋ ୱାର୍ଣ୍ଣି ଜାରି । ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବ । 18 ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷିବ ନେଇ ପାଣଇପାଗ ବିଭାଗର ସୂଚନା ।

ସେପଟେ ଦକ୍ଷିଣ ବାଂଲାଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଦ୍ବାରା ଏକ ଟ୍ରପ ଲାଇନ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ପହିଲି ରଜରେ ସେତେଟା ବର୍ଷା ହୋଇନଥିବାବେଳେ ଆଗକୁ ସପ୍ତାହେ ଧରି ବର୍ଷା ଲାଗିରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟକୁ ମୌସୁମୀ ଫେରିଥିବାବେଳେ ମୌସୁମୀ ବାୟୁ ପ୍ରଭାବରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଗତ କିଛି ଦିନ ଧରି ଭୀଷଣ ଗରମ ଅନୁଭୂତ ହେଉଥିବାବେଳେ ବର୍ଷା ହେଲେ ତାତି ଓ ଗୁଳଗୁଳିରୁ ମିଳିବ ଆଶ୍ୱସ୍ତି ।