fbpx

ସଂସଦ ଭବନରେ ଥାଇ ନିଜ ସିଟ୍ ରେ ବସିବେନି ଲୋକସଭା ବାଚସ୍ପତି ଓମ୍ ବିର୍ଲା, କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ଘଟିଥିବା ଘଟଣାକୁ ନେଇ ବାଚସ୍ପତି ଓମ୍ ବିର୍ଲା ନାରାଜ ହୋଇଛନ୍ତି । ଏହି କାରଣରୁ ସଂସଦ ଭବନରେ ଥାଇ ବି ବାଚସ୍ପତି ବିର୍ଲା ଲୋକସଭା ଅଧ୍ୟକ୍ଷ ସିଟ୍ ରେ ବସି ନ ଥିଲେ । ଲୋକସଭା ଅଧ୍ୟକ୍ଷ ସରକାର ଓ ବିରୋଧୀ ଉଭୟ ଦଳର ସଦସ୍ୟଙ୍କ ବିରୁଦ୍ଧରେ ନିଜର ଅସନ୍ତୋଷକୁ ବ୍ୟକ୍ତ କରି ସମସ୍ତଙ୍କ ସାମ୍ନାରେ ନିଜ ନିଷ୍ପତ୍ତିକୁ ପ୍ରକାଶ କରିଥିଲେ ।

ବିର୍ଲା କହିଛନ୍ତି ଯେ ପର୍ଯ୍ୟନ୍ତ ଗୃହରେ ଅନୁଶାସନ ପାଳନ ହୋଇନାହିଁ ସେ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଆସନକୁ ଯିବେ ନାହିଁ । ସେ କହିଛନ୍ତି ତାଙ୍କ ଲାଗି ସଦନର ଗାରିମା ସର୍ବୋପରେ । ସଦନରେ ମର୍ଯ୍ୟାଦା ବଜାୟ ରଖିବା ସମସ୍ତଙ୍କ ସାମୂହିକ ଦାୟିତ୍ୱ । ସେ କହିଛନ୍ତି ଗୃହରେ କିଛି ସଦସ୍ୟଙ୍କ ବ୍ୟବହାର ଏହାର ଉଚ୍ଚ ପରମ୍ପରା ବିରୁଦ୍ଧ ଅଟେ ।

ନିଜର ଏହି ନିର୍ଣ୍ଣୟକୁ ସେ ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟଙ୍କୁ ଅବଗତ କରାଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏବେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ମଙ୍ଗଳବାର ଅଧିବେଶନ ଚାଲିଥିବା ସମୟରେ ବିରୋଧୀ ଦଳର ସଦସ୍ୟ ନାରାବାଜି କରି ବାଚସ୍ପତିଙ୍କ ପୋଡିୟମ ଆଡକୁ ମାଡି ଆସିବା ସହ ତାଙ୍କ ଆସନ ଆଡକୁ କାଗଜପତ୍ର ଫିଙ୍ଗି ଥିଲେ ।

Get real time updates directly on you device, subscribe now.