fbpx

ହିମାଚଳରେ ମୌସୁମୀ ନେଲା ୨୧୩ ଜୀବନ, ୬୩୨ କୋଟି ଟଙ୍କାର କ୍ଷତି

AAKASH

ଶିମଲା: ହିମାଚଳ ପ୍ରଦେଶରେ ଚଳିତବର୍ଷ ମୌସୁମୀ ବିପଦ ସୃଷ୍ଟି କରିଛି । ମୌସୁମୀ ଋତୁରେ ସେଠାରେ ଅଧିକ ସହଖ୍ୟାରେ ଧନ-ଜୀବନ ନଷ୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ମୁତାବକ, ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ବର୍ଷା କାରଣରୁ ୨୧୩ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ନିଖୋଜ ହୋଇଥିବା ବେଳେ ସଡକ ଦୁର୍ଘଟଣାରେ ୧୧୦ ଜଣଙ୍କର ଜୀବନ ଯାଇଛି ।

ସେହିପରି ଭୂସ୍ଖଳନରେ ୨୧, ବଜ୍ରପାତରେ ୯, ନଦୀ-ନାଳରେ ବୁଡି ୧୯, ଅଗ୍ନିକାଣ୍ଡରେ ୨, ସାପ କାମୁଡାରେ ୭, ବିଦ୍ୟୁତ ସଂଯୋଗ ଯୋଗୁଁ ୪, ଖସିପଡି ୨୭ ଓ ଅନ୍ୟାନ୍ୟ କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଶିମଲାରେ ସବୁ ଠାରୁ ଅଧିକ ୩୩ ଓ ହମିରପୁରରେ ସବୁଠାରୁ କମ୍ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ବ୍ୟତିତ ରାଜ୍ୟରେ ଲୋକଙ୍କ ଜୀବନ ସମେତ ୬୩୨ କୋଟି ଟଙ୍କାର କ୍ଷତି କରିଛି ମୌସୁମୀ ।

Get real time updates directly on you device, subscribe now.