fbpx
BSKY
BJD MS SKY
BJD YOUTH SKY

ଦ୍ୱିତୀୟ ସ୍ତ୍ରୀ ଓ ସ୍ୱାମୀ ମିଶି ପ୍ରଥମ ପତ୍ନୀକୁ ମାଡ ମାରିବା ସହ ପୋଡ଼ି ମାରି ଦେବାକୁ କଲେ ଉଦ୍ୟମ, ଉଦ୍ଧାର କଲେ ଗ୍ରାମବାସୀ; ଥାନାରେ ଏତଲା ଦେଲେ ପୀଡିତା

ମାଲକାନଗିରି (ଭାସ୍କର ନ୍ୟୁଜ୍‌) : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି-୧୮ ଗ୍ରାମର ସରସ୍ୱତୀ ଭଟ୍ଟଙ୍କ ସହ ପିଲାଛୁଆଙ୍କୁ ତାଙ୍କ ସ୍ୱାମୀ ଉତ୍ତମ ଭଟ୍ଟ ଗତ ୨ ବର୍ଷ ହେଲା ଠିକ ଭାବେ ଭରଣପୋଷଣ କରୁନଥିଲେ । ପ୍ରତ୍ୟେକ ଦିନ ଉତ୍ତମ ତାର ସ୍ତ୍ରୀ ସରସ୍ୱତୀଙ୍କୁ ବାପାଙ୍କ ଘରୁ ଟଙ୍କା ଆଣିବାକୁ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ନିର୍ଯ୍ୟାତନା ଦେଇଆସୁଥିଲା । ଏଥିସହ ଜୀବନରେ ମାରି ହତ୍ୟା କରି ଆଉ ଜଣଙ୍କୁ ପତ୍ନୀ କରି ଆଣିବାକୁ ଧମକ ଦେଇ ଆସୁଥିଲା । ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଉତ୍ତମ ନିଜର ଦ୍ୱିତୀୟ ସ୍ତ୍ରୀ କରୁଣା ମଣ୍ଡଳଙ୍କୁ ନିଜ ସାଙ୍ଗରେ ଘରକୁ ଆଣି ଘରର ସମସ୍ତ ଲାଇଟ ବନ୍ଦ କରି ଦେଇଥିଲା । ଏହି ଦେଖି ସରସ୍ୱତୀ ନିଜର ପୁତ୍ର ସୁଜନଙ୍କ ସାଙ୍ଗରେ ଧରି ଘର ବାହାରକୁ ବାହାରିବା ବେଳେ ତାଙ୍କ ସ୍ୱାମୀ ଉତ୍ତମ ଓ ଦ୍ୱିତୀୟ ସ୍ତ୍ରୀ କରୁଣା ମଣ୍ଡଳ ମିଶି ସରସ୍ୱତୀଙ୍କୁ ତଳେ ପକାଇ ବେକ ଚିିପି ନିସ୍ତୁକ ମାଡ ମାରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଫଳରେ ସରସ୍ୱତୀ ଅଚେତ ହୋଇ ପଡ଼ିଯିବା ପରେ କିରୋସିନୀ ଢ଼ାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରୁଥିବା ଦେଖି ପୁତ୍ର ସୁଜନ ଚିତ୍କାର କରିବାରୁ ଗ୍ରାମବାସୀମାନେ ପାଟି ଶୁଣି ଘରକୁ ଆସିଥିଲେ ଓ ସରସ୍ୱତୀଙ୍କୁ ରକ୍ଷା କରିଥିଲେ । ଏ ବିଷୟରେ ସରସ୍ୱତୀ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ ।

ଏତଲାକୁ ଭିତି କରି ମାଲକାନଗିରି ଥାନା ପୋଲିସ କେସ ନମ୍ବର ୨୯୧ରେ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଅନ୍ୟପଟେ ଦ୍ୱିତୀୟ ସ୍ତ୍ରୀ କରୁଣା ଉତ୍ତମ ଙ୍କ ପ୍ରଥମ ସ୍ତ୍ରୀ, ତାଙ୍କର ୨ ପୁତ୍ର ତାଙ୍କ ଭାଇ ସୁରଞ୍ଜନ ଓ ତାଙ୍କ ପତ୍ନୀ ମିଶି କରୁଣାଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କ ପୋଡ଼ଶୀ ସ୍ତ୍ରୀ ଲୋକମାନେ ମଧ୍ୟ ମିଶି ନିସ୍ତୁକ ମାଡ ମାରିବା ସହ ସମସ୍ତେ ମିଶି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ତ ହୋଇଛନ୍ତି । ଘଟଣା ସମ୍ପର୍କରେ କରୁଣା ମାଲକାନଗିରି ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଭିତି କରି ମାଲକାନଗିରି ଥାନା କେସ ନମ୍ବର ୨୯୨ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଉଭୟ ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.