fbpx

ସୁପ୍ରିମକୋର୍ଟରେ ପେଗାସସ୍‌ ମାମଲା: ଅଗଷ୍ଟ ୫କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,: ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ଇସ୍ରାଏଲ୍‌ର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓୟାର ମାମଲା । ଏହି ପେଗାସସ୍‌ ସ୍ପାଏଓୟାର ସ୍ପଫ୍ଟଓୟାର ବ୍ୟବହାର କରି ଭାରତରେ ଅନେକ ବିଶିଷ୍ଟ ଲୋକଙ୍କ ମୋବାଇଲ୍‌କୁ ହ୍ୟାକ୍‌ କରି ଗୁପ୍ତ ସୂଚନା ସଂଗ୍ରହ କରାଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ପେଗାସସ୍‌ ସ୍ପାଏଓୟାର ପ୍ରସଙ୍ଗରେ ବିଶେଷ ଯାଞ୍ଚ ଏବଂ ଏହି ପେଗାସସ୍‌ ବ୍ୟବହାର ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ ଦାଖଲ ହୋଇଥିଲା । ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ପେଗାସସ୍‌ ମାମଲାର ବିଶେଷ ଯାଞ୍ଚ ନେଇ କରାଯାଇଥିବା ଆବେଦନ ଉପରେ ଚଳିତ ମାସ ୫ ତାରିଖରେ ଅର୍ଥାତ ଗୁରୁବାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ।

ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ, ପେଗାସସ୍‌ ସ୍ପାଏଓୟାର ମାଧ୍ୟମରେ ବିରୋଧୀଦଳ ନେତା, ସାମ୍ବାଦିକ ଓ ଅନ୍ୟ ଲୋକଙ୍କ ଫୋନ୍‌କୁ ଇସ୍ରାଇଲ ସଫ୍ଟୱେୟାର ଦ୍ୱାରା ଟ୍ୟାପିଂ କରାଯାଇଛି । ଏହି ଅଭିଯୋଗ ସାମ୍ବାଦିକ ଏନ ରାମ ଓ ସିିଆଇ(ଏମ୍‌) ନେତା ଜନ ବ୍ରିଟାନଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ ଦାଖଲ କରାଯାଇଥିଲା । ଏହି ଅଭିଯୋଗ ମାଧ୍ୟମରେ ଅଭିଯୋଗକାରୀ ଶୀର୍ଷ ଅଦାଲତଠାରେ ଅନୁରୋଧ କରିଛନ୍ତି କି ସରକାର ସ୍ପଷ୍ଟ କରିବା ଦରକାର ସେମାନେ ସଫ୍ଟୱେୟାର ପାଇଁ ଲାଇସେନ୍ସ ପ୍ରାପ୍ତ କରିଛନ୍ତି କି ନାହିଁ । କିମ୍ବା ଏହି ସଫ୍ଟଓୟାର ବ୍ୟବହାର ପ୍ରତ୍ୟେକ୍ଷ ବା ପରୋକ୍ଷରେ କାହା ଉପରେ ନଜର ରଖିବାକୁ କରାଯାଇଛି କି ନାହିଁ ତାହା ତଦନ୍ତ କରାଯାଉ ।

ଆବେଦନକାରୀଙ୍କ ଅନୁସାରେ, ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ସିକ୍ୟୁରିଟି ଲ୍ୟାବ୍‌ ଦ୍ୱାରା ଫୋରେନସିକ୍‌ ଅନୁସନ୍ଧାନରୁ ଜଣାପଡିଛି ଯେ ସମ୍ଭାବ୍ୟ ଲକ୍ଷ୍ୟ ଭାବରେ ତାଲିକାଭୁକ୍ତ ଲୋକଙ୍କ ଫୋନ୍‌ ଉପରେ ନଜର ରଖାଯାଇଛି ଏବଂ ସୁରକ୍ଷା ମାନକ ଉଲ୍ଲଂଘନ କରାଯାଇଛି।

Get real time updates directly on you device, subscribe now.