fbpx

୨୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ ! ବଦଳିବ ପାଗ

Advertisement

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା । ରାଜଧାନୀରେ ଆଜି ବି ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଲାଗି ରହିଛି । ଭୁବନେଶ୍ୱରରେ ସକାଳୁ ୩୨ ଡିଗ୍ରୀ ଟପିଲା ତାପମାତ୍ରା । ଏହି ତାପମାତ୍ରାରେ ଲୋକମାନେ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇଯାଉଛି । ତାତିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଓଦା ଚଦର ମୁଣ୍ଡରେ ପକାଇ, ପାଣି ସାଙ୍ଗରେ ନେଇ ବାହାରକୁ ଯାଉଛନ୍ତି ।

ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ଜୁନ ୧୮ରୁ ୨୧ ମଧ୍ୟରେ ପୂର୍ବ ଭାରତର କିଛି ଅଂଶକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ ଅସହ୍ୟ ତାତି ସହିତ ଗୁଳୁଗୁଳିର ଧାରା ଲାଗି ରହିଛି । ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି ।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ୪୪.୧ ଡିଗ୍ରୀ ସେଲସିୟସ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇ ଥିବାବେଳେ ସମ୍ବଲପୁର ଓ ହୀରାକୁଦରେ ୪୩.୭, ରାଉଲକେଲା, ନୟାଗଡ଼ ଓ ଫୁଲବାଣୀରେ ୪୦, ବୌଦ୍ଧରେ ୪୨.୮, ନୂଆପଡ଼ାରେ ୪୧, ତାଳଚେରରେ ୪୦.୬ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ କରାଯାଇଛି ।

Get real time updates directly on you device, subscribe now.