ମାତ୍ର ୧୫ ଟଙ୍କାରେ ମିଳିବ ଫୁଲ୍ ଏଣ୍ଟରଟେନମେଣ୍ଟ, ୧୦୦ ଟଙ୍କାରୁ କମ୍ ଦରରେ ଉଭୟ SD ଏବଂ HD ଚ୍ୟାନେଲର ମାସିକ ପ୍ଲାନ୍

ନୂଅଦିଲ୍ଲୀ: ମରୋରଞ୍ଜନ ମିଳିବା ହେବ ଆହୁରି ସହଜ । ଏଣ୍ଟରଟେନମେଣ୍ଟ ପାଇଁ ଶହ ଶହ ଟଙ୍କା ଆଉ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କାରଣ ମାତ୍ର ୧୫ ଟଙ୍କାରେ ମିଳିଯିବ ମନୋରଞ୍ଜନର ଉପଯୁକ୍ତ ଖୋରାକ । ଏକାଠି ହୋଇଯାଇଛନ୍ତି ମୁକେଶ ଅମ୍ବାନୀଙ୍କ ଜିଓ ଏବଂ ଡିଜନୀ ପ୍ଲସ୍ ହଟ୍ଷ୍ଟାର । କମ୍ପାନୀ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇଛି । ଦୁଇଟିଯାକ କମ୍ପାନୀ ମିଶି ହୋଇଛନ୍ତି ଜିଓଷ୍ଟାର । ଜିଓଷ୍ଟାର ଡଟ୍ କମ୍ ୱେବ ସାଇଟକୁ ଲାଇଭ ମଧ୍ୟ କରିଦିଆଯାଇଛିି । ଏଥିସହ ଜିଓଷ୍ଟାର ସବସ୍କ୍ରିପଶନ୍ ପ୍ଲାନ୍ ବାବଦରେ ଘୋଷଣା କରିଛି କମ୍ପାନୀ । ଯେଉଁଥିରେ ଉଭୟ ଏସଡି ଏବଂ ଏଚଡିର ମାସିକ ପ୍ଲାନ ସାମିଲ ଅଛି ।

ମାସକୁ ୧୫ ଟଙ୍କା ଖର୍ଚ୍ଚ କଲେ ଗ୍ରାହକ ଦେଖିପାରିବେ ଓଡ଼ିଆ ଚ୍ୟାନେଲ । ଏଥିରେ ୧୭ଟି ଏସଡି ଓଡିଆ ଚ୍ୟାନେଲ ମିଳିଯିବ । ସେହିପରି ମାସିକ ୬୫ ଟଙ୍କା ବ୍ୟୟରେ ଓଡିଆ ଲାଇଟ ପ୍ଲାନରେ ୧୬ ଏଚଡି ଚ୍ୟାନେଲ ଏବଂ ୮ ଏଚଡି ଚ୍ୟାନେଲର ସବସ୍କ୍ରିପଶନ ମିଳିପାରିବ । ଅନ୍ୟପକ୍ଷେ ୨୩ ଏଚଡି ଚ୍ୟାନେଲ ପାଇଁ ୧୦୫ ଟଙ୍କିଆ ପ୍ଳାନ୍ ବାଛିବାକୁ ପଡ଼ିବ ।

ସେହପରି ଭାବେ ଜିଓଷ୍ଟାର ହିନ୍ଦୀ ପ୍ୟାକ୍କୁ ଲାଇଭ କରାଯାଇଚି । ଏହି ଷ୍ଟାର ଭାଲୁ୍ୟ ପ୍ୟାକ୍ ହିନ୍ଦୀର ମୂଲ୍ୟ ମାତ୍ର ୫୯ ଟଙ୍କା । ଏହି ପ୍ଲାନରେ ଗ୍ରାହକଙ୍କୁ ୧୬ ଏସଡି ଚ୍ୟାନେଲ ମିଳିବ । ପ୍ରିମିୟମ ହିନ୍ଦୀ ପ୍ଲାନର ମୂଲ୍ୟ ୧୦୫ ଟଙ୍କା ଥିବାବେଳେ ଏଥିରେ ଗ୍ରାହକ ୨୩ଟି ଏସଡି ଚ୍ୟାନେଲର ମଜା ଉଠେଇ ପାରିବେ । ଯଦି ଗ୍ରାହକ ଏଚଡି କଣ୍ଟେଣ୍ଟ ଦେଖିବାକୁ ଚାହାନ୍ତି, ସେମାନଙ୍କୁ ୮୮ ଟଙ୍କାର ଷ୍ଟାର ଭାଲୁ୍ୟ ପ୍ୟାକ୍ ଲାଇଭ୍ ନେବାକୁ ପଡ଼ିବ । ଯେଉଁଥିରେ ୧୫ ଟି ଚ୍ୟାନେଲ ସହିତ ୭ଏଚଡି ଚ୍ୟାନେଲ ମିଳିବ । ଷ୍ଟାର ପ୍ରିମିୟମ ପ୍ୟାକ୍ ଲାଇଟରେ ମାସକୁ ୨୨ଟି ଚ୍ୟାନେଲ ସାଙ୍ଗକୁ ୧୪ ଏଚଡି ଚ୍ୟାନେଲ ଗ୍ରାହକ ଦେଖିପାରିବେ । ହିନ୍ଦୀ, ଓଡ଼ିଆକୁ ବାଦ୍ ଦେଲେ ବଙ୍ଗଳା, ତେଲୁଗୁ, ମାଲାୟଲମ ଏବଂ କନ୍ନଡ ଭଳି ଆଞ୍ଚଳିକ ଭାଷା ପାଇଁ କମ୍ ମୂଲ୍ୟର ପ୍ଲାନ୍ ସୁବିଧା ରଖିଛି ଜିଓଷ୍ଟାର ।