fbpx

କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ବେତନ ୮ ହଜାର ବଢ଼ିବ! ବେସିକ ସାଲାରି ୧୮ ହଜାରରୁ ୨୬ ହଜାରକୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ଖୁସି ଖବର ମିଳିପାରେ । ଖୁବଶୀଘ୍ର ଫିଟମେଣ୍ଟ ଫ୍ୟାକ୍ଟରକୁ ବୃଦ୍ଧି ନେଇ ନିଷ୍ପତ୍ତି ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଚଳିତ ମାସ ଶେଷ ସୁଦ୍ଧା ସରକାର ଏନେଇ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି । ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢ଼େ, ତେବେ ସରକାରୀ କର୍ମଚାରୀଙ୍କ ସାଲାରି ବୃଦ୍ଧି ହେବ ।

ଆସନ୍ତା ମାସଠାରୁ ଉତ୍ସବ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ସରକାର ଏନେଇ କିଛି ନିଷ୍ପତ୍ତି ଗ୍ରହଣ କରିପାରନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କୁ ବର୍ତ୍ତମାନ ୨.୫୭ ପ୍ରତିଶତ ଫିଟମେଣ୍ଟ ଫ୍ୟାକ୍ଟର ଦର ହିସାବରେ ସାଲାରି ଦିଆଯାଉଛି । ସରକାର ଏହାକୁ ବଢ଼ାଇ ୩.୬୮ ପ୍ରତିଶତ କରିବାର ସମ୍ଭାବନା ରହିଛି । ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ହେବା ପରେ ସର୍ବନିମ୍ନ ବେସିକ ସାଲାରି ବୃଦ୍ଧି ହୋଇଯିବ ।

ଯଦି ଏହି ହାରରେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ହୁଏ ତେବେ କର୍ମଚାରୀଙ୍କ ବେସିକ ସାଲାରି ୧୮ ହଜାରରୁ ବଢ଼ି ୨୬ ହଜାର ହୋଇଯିବ । ପୁଣି ଏହି ଆଧାରରେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ମିଳିବ । କାରଣ ମହଙ୍ଗା ଭତ୍ତା ସାଧାରଣ ଭାବେ ବେସିକ ସାଲାରି ଉପରେ ନିର୍ଭର କରିଥାଏ । ଏପରି ଭାବେ ଯଦି କର୍ମଚାରୀଙ୍କର ମାସକୁ ୮ ହଜାର ଟଙ୍କା ଦରମା ବଢ଼େ ତେବେ ବର୍ଷକୁ ମୋଟ ୯୬ ହଜାର ଟଙ୍କା ବେତନ ବଢ଼ିବ ।

Get real time updates directly on you device, subscribe now.