fbpx
BJD SKY
BJD SKY

ଦୁଇ ଦିନ ବିଳମ୍ବରେ ଆସିବ ମୌସୁମୀ, ଜୁନ୍‌ ୩ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ

BJD

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ପାଣିପାଗ ବିଭାଗ ମୌସୁମୀକୁ ନେଇ ବଡ ସୂଚନା ଦେଇଛି । ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଯେ, ଚଳିତ ଥର ମୌସୁମୀ ଆଗୁଆ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମେ ୩୧ରେ କେରଳ ଛୁଇଁବ । ହେଲେ କେରଳରେ ମୌସୁମୀ ଆଗମନ ଦୁଇ ଦିନ ବିଳମ୍ବ ଘଟିବାର ସମ୍ଭାବନା ରହିଛି । ଜୁନ ୩ ସୁଦ୍ଧା ରାଜ୍ୟରେ ମୌସୁମୀ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର
କହିଛନ୍ତି ।

ବିଭାଗ ଅନୁଯାୟୀ, ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପାଗ ଭିଡିବା ଆରମ୍ଭ ହୋଇଯିବ । ଏହାରି ପ୍ରଭାବରେ ରାଜ୍ୟ ମେଘାଚ୍ଛନ ରହିାରେ । ଧିରେ
ଧିରେ ବର୍ଷା ବଢିବା ସହ କେରଳରେ ଜୁନ ୩ ସୁଦ୍ଧା ମୌସୁମୀ ପହଞ୍ଚିବାର ଆଶା କରାଯାଉଛି ବୋଲି ପାଣିାଗ ବିଭାଗ କହିଛି । ସ୍କାଇମେଟ୍‌ ତରଫରୁ ମେ ୩୦ରେ କେରଳ ମୌସୁମୀପହଞ୍ଚିବାର ପୂର୍ବାନୁମାନ କରାଯାଇଥିଲା ।

ସ୍କାଇମେଟ୍‌ ଅନୁଯାୟୀ, ମୌସୁମୀ ସାଧାରଣ ଗତିଠୁ ଆଗକୁ ବଢୁଛି । ଆଣ୍ଡାମାନ-ନିକୋବର ଦ୍ୱୀପ ପୁଞ୍ଜରେ ମେ ୨୧ରେ ପ୍ରବେଶ କରିବା ପରେ ମୌସୁମୀ କ୍ରମାଗତ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି । ପାଣିାଗ ବିଭାଗ ଅନୁସାରେ,ଚଳିତ ଥର ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ୮୬.୨ ସେମି ବର୍ଷା ହେବାର ଆଶା କରାଯାଉଛି । ମେ ୩୧ ରେ ମୌସୁମୀ କେରଳ ପହଞ୍ଚିବ ବୋଲି ଭାରତୀୟ ପାଣିାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଥିଲା ।

Get real time updates directly on you device, subscribe now.