fbpx

ଖୁସି ଖବର: ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୭୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗଞ୍ଜାମରୁ ୨୩୨, କଟକରୁ ୧୩୧, ରାୟଗଡ଼ାରୁ ୧୧୨, ସୁନ୍ଦରଗଡ଼ରୁ ୧୧୧, ବାଲେଶ୍ୱରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢ଼େଙ୍କାନାଳରୁ ୬୩, ମୟୁରଭଞ୍ଜରୁ ୫୧, ଗଜପତିରୁ ୪୯, କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂହପୁରରୁ ୩୮, କନ୍ଧମାଳରୁ ୩୭, ବଲାଙ୍ଗୀରରୁ ୩୬, ଯାଜପୁରରୁ ୩୬, ସମ୍ବଲପୁରରୁ ୩୫, ନୟାଗଡ଼ରୁ ୩୪, କଳାହାଣ୍ଡିରୁ ୩୧, ନବରଙ୍ଗପୁରରୁ ୩୧, ନୂଆପଡ଼ାରୁ ୩୧, ସୋନପୁରରୁ ୩୦, କେନ୍ଦୁଝରରୁ ୨୦, ଅନୁଗୁଳରୁ ୧୮, ବରଗଡ଼ରୁ ୧୫, ଝାରସୁଗୁଡ଼ାରୁ ୧୪, କେନ୍ଦ୍ରାପଡ଼ାରୁ ୧୪, ଦେଓଗଡ଼ରୁ ୪, ପୁରୀରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.