fbpx

ବଡ ଖବର: ରାଜ୍ୟରେ ଆଉ ୧୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୩ ।୬(ଓଡିଶା ଭାସ୍କର): ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧି ରଥଯାତ୍ରା ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଉ ୧୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ଟି ଜିଲ୍ଲାରୁ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ୫୪୭୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଜପତିରେ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୯, ମୟୂରଭଞ୍ଜରୁ ୧୪, ବାଲେଶ୍ବରରୁ ୧୩, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, କେନ୍ଦ୍ରାପଡ଼ାରୁ ୭, ରାୟଗଡ଼ା ଓ ଯାଜପୁରରୁ ୫ ଜଣ ଲେଖାଏଁ ଚିହ୍ନଟ, ସୁନ୍ଦରଗଡ଼ରୁ ୪, ଝାରସୁଗୁଡ଼ା ଓ କଟକରୁ ୩ ଲେଖାଏଁ ଚିହ୍ନଟ, ନୟାଗଡ଼ରୁ ୨, ବରଗଡ଼ ଓ ପୁରୀ, ବଲାଙ୍ଗିର ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.