fbpx

ରାଜ୍ୟରେ ଆଉ ୬୩ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ୬୩ ଆକ୍ରାନ୍ତଙ୍କ ମଦ୍ୟରୁ ୬୧ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ୬୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪, ବାଲେଶ୍ୱରରୁ ୩, ଖୋର୍ଦ୍ଧାରୁ ୧୨, କଟକରୁ ୩, ପୁରୀରୁ ୧, ନୟାଗଡ଼ରୁ ୭, ବଲାଙ୍ଗୀରରୁ ୬ , ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୨, ଢ଼େଙ୍କାନାଳରୁ ୯ଜଣ, ମୟୁରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଳେଖଯୋଗ୍ୟ ଯେ ରାଜ୍ୟରେ ୧୭୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୭ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୮୨୭ ଆକ୍ଟିଭ୍ କେସ୍ ରହିଛି ।

Get real time updates directly on you device, subscribe now.