fbpx

ଅଧିକ ରାଗିଥାନ୍ତି ଏହା ରାଶିର ମହିଳା; ଭୁଲିଯାଆନ୍ତି ନିଜ ହିତାହିତ ଜ୍ଞାନ, ଜାଣନ୍ତୁ ଆପଣଙ୍କ ରାଶି ଅଛି କି ସାମିଲ

ଜ୍ୟୋତିଷ ଶାସ୍ତ୍ର ଜଣେ ବ୍ୟକ୍ତିର ଜନ୍ମ ସ୍ଥାନ, ତାରଖ ଏବଂ ସମୟ ଅନୁସାରେ ତାର ରାଶି ହୋଇଥାଏ । ଏଥିସହିତ ସେହି ରାଶିମାନଙ୍କର ଏକ ସ୍ୱାମୀ ଗ୍ରହ ରହିଥାଏ । ଯାହା ପ୍ରତ୍ୟେକ ବ୍ୟକ୍ତି ଉପରେ ପ୍ରଭାବ ପକାଇଥାଏ । ତେବେ କିଛି ଗ୍ରହ ଉଗ୍ର ସ୍ୱଭାବର ଥିବାବେଳେ କିଛି ଶାନ୍ତ ସ୍ୱଭାବର ଗ୍ରହ ଥାଆନ୍ତି । ଏହି ଗ୍ରହମାନଙ୍କ ସ୍ୱଭାବ ସେହି ରାଶି ଉପରେ ପଡିଥାଏ । ଫଳରେ ଏହା ବ୍ୟକ୍ତିର ବ୍ୟକ୍ତିର ସ୍ୱଭାବକୁ ସୂଚାଇଥାଏ । ଅନେକ ଲୋକ ଜଣେ ଝିଅ କିମ୍ବା ମହିଳାର ସ୍ୱଭାବରୁ ତାର ଚରିତ୍ର ଏବଂ ତାର ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରିତାନ୍ତି । କାହାକୁ ଲୋକେ ରାଘି ମହିଳା କହିଥାନ୍ତି ତ ଆଉ କାହାର ଅନେକ ପ୍ରଶଂସା କରିଥାନ୍ତି । ତେବେ ଜଣେ ମହିଳାର ସ୍ୱଭାବ ତାର ରାଶି ସହ ଜଡିତ ଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ରାଶିର ମହିଳାମାନେ ଅଧିକ ରାଗି ସ୍ୱଭାବର ହୋଇଥାନ୍ତି ।

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହ ହେଉଛନ୍ତି ମେଷ ରାଶିର ସ୍ୱାମୀ ଗ୍ରହ । ଯାହାକି ସେହି ରାଶି ଉପରେ ତାର ପ୍ରଭାବ ପକାଇଥାଏ । ଫଳରେ ଏହି ରାଶିର ମହିଳାମାନେ ଅତ୍ୟନ୍ତ ରାଗି ସ୍ୱଭାବର ହୋଇଥାନ୍ତି । ଏହି ମିଳା ରାଗିବା ସମୟରେ ନିଜର ହିତାହିତ ଜ୍ଞାନ ହରାଇ ବସନ୍ତି । ତେବେ ତାଙ୍କର ଏହି ସ୍ୱଭାବ ପାଇଁ ସେମାନଙ୍କ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ ।

କର୍କଟ: ଏହି ରାଶିର ସ୍ୱାମୀ ଗ୍ରହ ଚନ୍ଦ୍ର ଏବଂ ମଙ୍ଗଳ ହୋଇଥାନ୍ତି । ଫଳରେ କକର୍ଟ ରାଶିର ମହିଳାମାନ ଟିକେ ଟିକେ କଥାରେ ଖୁବ ରାଗିଯାଇଥାନ୍ତି ଏବଂ ନିଜ ରାଗ ପାଇଁ ଅନେକ ଅନେକ ଲୋକଙ୍କୁ ହରାଇ ଥାନ୍ତି ।

ମକର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମକର ରାଶିର ସ୍ୱାମୀ ଗ୍ରହ ଶନି ହୋଇଥାନ୍ତି । ଫଳରେ ଏହା ରାଶି ଉପରେ ପ୍ରଭାବ ପକାଇଥାଏ । ତେବେ ଏହି ମହିଳା ହଠାତ୍ ରାଗି ନଥାନ୍ତି କିନ୍ତୁ ଯେତେବେଳେ ସେମାନେ ରାଗନ୍ତି ବଡ ସାନ ମାନନ୍ତି ନାହିଁ । ଏଥିସହିତ ସେମାନେ ବହିତ କଟୁ କଥା କହିଥାନ୍ତି । କିନ୍ତୁ ପରବର୍ତ୍ତି ସମୟରେ ତାଙ୍କ ସ୍ୱଭାବ ପାଇଁ ଏହି ରାଶିର ମହିଳାମାନେ ପଶ୍ଚ୍ୟାତାପ କରିଥାନ୍ତି ।

କୁମ୍ଭ: ଏହି ରାଶିର ସ୍ୱାମୀ ଗ୍ରହ ମଧ୍ୟ ଶନିଦେବ ହୋଇଥାନ୍ତି । ତେଣୁ ଏହି ରାଶିର ମହିଳାମାନେ ବହୁତ ଶିଘ୍ର ରାଗିଯାଇଥାନ୍ତି । ଫଳରେ ସେମାନେ ଅନେକ ସମୟରେ ନିଜର ହିଁ କ୍ଷତି କରିବସନ୍ତି । ଏହି ରାଶିର ମହିଳାମାନେ ଅଧିକ ରାଗିବା ଦ୍ୱାସା ସମୋନଙ୍କ ମାନସୀକ ସମସ୍ୟା ସୃଷ୍ଟି କରିଥାଏ ।

Get real time updates directly on you device, subscribe now.