fbpx
BJD SKY
BJD SKY

(Video) ମା’ର ଏଭଳି କାମରେ ଚିଡ଼ିଯାଇ ଥାନାରେ ପହଞ୍ଚିଲା ୩ ବର୍ଷର ପୁଅ: କହିଲା- ‘ଜେଲରେ ପୂରାଇ ଦିଅ’

BJD

ଘରେ ଚୋରି ହୋଇଗଲେ ବା ମାରପିଟ୍ ଆଦି ଘଟଣାକୁ ନେଇ ଲୋକମାନେ ଥାନାର ଦ୍ୱାରସ୍ଥ ହୁଅନ୍ତି ଓ ଯାଞ୍ଚ କରିବାକୁ ଅନୁରୋଧ କରନ୍ତି । କିନ୍ତୁ ଏବେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ୩ ବର୍ଷର ଶିଶୁ ନିଜ ମା’ ବିରୋଧରେ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଥିଲା । ନିଜ ଚକୋଲେଟ ଚୋରାଇବା ଘଟଣାକୁ ନେଇ ସେ ନିଜ ମା’ ବିରୋଧରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ।

ତେବେ ଏହି ମଜାଦାର ଘଟଣାଟି ମଧ୍ୟପ୍ରଦେଶ ଅଞ୍ଚଳର ବୁରହାନପୁର ସ୍ଥିତ ଦେଡ଼ତଲାଇ ପୋଲିସ ଷ୍ଟେସନର ବୋଲି ଜଣାପଡିଛି । ଶିଶୁଟି ବାପାଙ୍କ ସହ ଥାନାରେ ପହଞ୍ଚି ମାଙ୍କୁ ଜେଲ ଦଣ୍ଡ ଦେବା ପାଇଁ ପୋଲିସ୍ ଅଧିକାରୀଙ୍କୁ କହିଛି । ମାଆଙ୍କ ବିରୁଦ୍ଧରେ ଅଭିଯୋଗ କରି ସେ କହିଛନ୍ତି ଯେ, ମା ମୋତେ ମାରୁଛି । ଶିଶୁଟିର କଥା ଥାନାରେ ଥିବା ସମସ୍ତ କର୍ମଚାରୀ ଖୁବକ ହସିଥିଲେ ।

ଖବର ମୁତାବକ ତାଙ୍କ ବାପା କହିଛନ୍ତି କି, ଗତ ରବିବାର ତାଙ୍କ ପୁଅ ଗାଧୋଇବା ପରେ ତା ମା ତାକୁ କଳା ଟିକା ଲଗାଉଥିଲେ । ସେ ହଇରାଣ କରିବାରୁ ତା ମା ତାକୁ ଗେହ୍ଲାରେ ଗୋଟେ ଚାପୁଡ଼ା ମାରିଦେଲେ । ଏହାପରେ ସେ କାନ୍ଦିବାରୁ ବହୁତ କଷ୍ଟରେ ବାପା ତାକୁ ବୁଝାଇଲେ । ସେ କିନ୍ତୁ କହିଲା ଚାଲ ବାପା ଆମେ ପୋଲିରେ ଖବର ଦେବା । ମାକୁ ଜେଲକୁ ପଠାଇବା । ଏହା ଶୁଣିବା ପରେ ସେ ଖୁବ ହସିଥିଲେ । ବାପା ତାକୁ ଜେତେ ବୁଝାଇଲେ ବି ସେ ବୁଝି ନଥିଲା । ଶେଷରେ ପୁଅକୁ ଥାନାକୁ ନେଇ ଆସିଥିଲେ ବାପା ।

ଥାନାକୁ ଆସିବା ପରେ ଥାନା ଗେଟ ପାଖରେ ଥାନା ପ୍ରଭାରି ପ୍ରିୟଙ୍କା ନାୟକଙ୍କ ସହ ତାଙ୍କର ଭେଟ ହୋଇଥିଲା । ତାଙ୍କୁ ଦେଖିବା ମାତ୍ରେ ଶିଶୁଟି ତାଙ୍କ ହାତକୁ ଧରିପକାଇ କହିଥିଲା ମା’କୁ ଜେଲରେ ପୁରାଇ ଦିଅ । ଏହା ଶୁଣି ସେ ଖୁବ ହସିଲେ । ଅଭିଯୋଗ କଣ ପଚାରିବାରୁ ଶିଶୁ ଜଣକ କହିଲେ କି, ‘ମା ମୋତେ ଚାପୁଡ଼ା ମାରିଲା । ସବୁବେଳେ ସେ ମୋତେ ମାରୁଛି । ମୋ ଚକୋଲେଟ ବି ଚୋରି କରିନେଉଛି । ମୋ ପଇସା ବି ଚୋରି କରି ନେଉଛି । ତୁମେ ତାକୁ ଜେଲରେ ପୂରାଇଦିଅ । ମୋତେ ସେ ଚକଲେଟ ବି ଖାଇବାକୁ ଦେଉନାହିଁ…।’ ଏହା ଶୁଣିବା ପରେ ଥାନାରେ ଉପସ୍ଥିତି ସବୁ କର୍ମଚାରୀ ଖୁବ ହସିଥିଲେ । ଏଫଆଇଆର ପରେ ବହୁତ ବୁଝାସୁଝା କରି ଶିଶୁଟିକୁ ଘରକୁ ପଠାଇଥିଲେ ଏସଆଇ ପ୍ରିୟଙ୍କା ।

Get real time updates directly on you device, subscribe now.