‘ଘରୋଇ ମେଡିକାଲରେ ଅଧିକ ସି-ସେକ୍ସନ’ : ଓଡ଼ିଶା ସରକାରଙ୍କ ଚିନ୍ତାଜନକ ତଥ୍ୟ

ଭୁବନେଶ୍ୱର: ସି- ସେକ୍ସନକୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛନ୍ତି ସରକାର । ଘରୋଇ ମେଡିକାଲରେ ଚାଲିଛି ଅଧିକ ସି- ସେକ୍ସନ । ସରକାରୀ ହସ୍ପିଟାଲ ତୁଳନାରେ ଅଧିକ ଚାଲିଛି ସି ସେକ୍ସନ । ଏନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।

କହିଛନ୍ତି , ୨୦୨୨-୨୩ରେ ୧ ଲକ୍ଷ ୨୯ ହଜାର ୮୮ଟି ଡେଲିଭରି ରହିଛି । ସେଥିରୁ ୯୯, ୯୯୮ ଅପରେସନ ମାଧ୍ୟମରେ ଡେଲିଭରି ହୋଇଛି । ୭୭.୪୬% ଅସ୍ତ୍ରୋପଚାର ଡେଲିଭରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୨୩-୨୪ରେ ୧,୧୩,୫୯୮ ଅସ୍ତ୍ରୋପଚାର ହୋଇଛି । ସରକାରୀ ମେଡିକାଲରେ ୩୩.୦୮ % ସସି ସେକ୍ସନ ରହିଛି ।

ତେବେ ସିଜରିଆନ ଡେଲିଭରି ବା ସି-ସେକ୍ସନ ଡେଲିଭରି ବର୍ତ୍ତମାନ ସମୟରେ ଅତି ସାଧାରଣ ହୋଇଗଲାଣି । ଆଜିକାଲି ନର୍ମାଲ (ସାଧାରଣ ପ୍ରସାବ) ଡେଲିଭରି ଅପେକ୍ଷା ଅଧିକ ସିଜରିଆନ ଲୋକେ ପସନ୍ଦ କରୁଛନ୍ତି । ନର୍ମାଲ ଡେଲିଭରି ଜନିତ ଯନ୍ତ୍ରଣା ସହ୍ୟ ନ କରିପାରିବା କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଜଟିଳତା କାରଣରୁ କେତେକ ମହିଳା ସିଜରିଆନ ଡେଲିଭରିକୁ ଅପଣାଉଛନ୍ତି ବା ଆଗ୍ରହୀ ହୋଇଥାନ୍ତି ।

ଶିଶୁ ପରିପକ୍ଵ ହେବା ପରେ ଯଦି ସିଜରିଆନ ଅପରେସନ କରାଯାଏ ତେବେ ଶିଶୁ ଉପରେ ଏହାର କୌଣସି ପ୍ରଭାବ ପଡିନଥାଏ । ଏପରିକି ମାଆମାନଙ୍କଠାରେ ମଧ୍ୟ କେବଳ ଅପରେସନ ଗତ ସମସ୍ଯା ଦେଖାଯାଇପାରେ । ସିଜରିଆନ ଅପରେସନରେ ଅତିବେଶୀରେ ୩ଟି ଶିଶୁ ଜନ୍ମ ହୋଇପାରିବ । ଅଧିକ ଶିଶୁ ଜନ୍ମ ହେଲେ ମାଆ ପ୍ରତି ବିପଦ ସୃଷ୍ଟି ହୋଇପାରେ ।