fbpx

ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣେ ମୃତ

ଭୁବନେଶ୍ୱର, ୨୧/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ  ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା ୧୧୦୩କୁ ଓ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ୫୧ ଆକ୍ରାନ୍ତଙ୍କ ମଧ୍ୟରୁ ରାଜ୍ୟରେ ଚିହ୍ନଟ ୫୧ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମ -୪, ଯାଜପୁର-୫, କଟକ-୯, ପୁରୀ-୧, ଜଗତସିଂହପୁର-୨, ନୟାଗଡ-୧୧, ଅନୁଗୁଳ-୨, ମୟୂରଭଞ୍ଜ-୩, କଳାହାଣ୍ଡି-୧୧, ସମ୍ୱଲପୁର-୨, ମାଲକାନଗିରିରୁ ଜଣେ ଚିହ୍ନଟ ହୋଇଛନ୍ତି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୧୦୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୩ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୭୫୩ ଆକ୍ଟିଭ୍ କେସ୍ ରହିଛି ।

Get real time updates directly on you device, subscribe now.