fbpx

କରୋନା: ଇଟାଲୀଠାରୁ ଆମେରିକାରେ ଅଧିକ ମୃତ୍ୟୁ, ସ୍ପେନ୍ ଓ ବ୍ରିଟେନରେ ହାହାକାର

କରୋନା ଯୋଗୁଁ ସାରା ବିଶ୍ୱରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଶନିବାର ଦିନ ଏହା ୧,୦୩,୮୬୦କୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ମାସରେ ଚୀନରୁ ବ୍ୟାପିଥିବା ଏହି ମହାମାରୀ ବିଶ୍ୱର ୧୯୩ଟି ଦେଶରେ ବ୍ୟାପିଛି । ତେବେ କରୋନାରେ ଇଟାଲୀ ଅପେକ୍ଷା ଆମେରିକାରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏଏଫପି ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୧୮,୮୬୦କୁ ବୃଦ୍ଧି ପାଇଛି ।

ତେବେ କରୋନା ମୃତ୍ୟୁରେ ଇଟାଲୀ ୨ୟ ସ୍ଥାନରେ ରହିଛି, ଯେଉଁଠାରେ ୧୮,୮୪୯ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ସଂଖ୍ୟା ୧,୪୭,୫୭୭କୁ ବୃଦ୍ଧି ପାଇଛି । କୋଭିଡ୍-୧୯ ରେ ବିଶ୍ୱର ବହୁ ଦେଶରେ ପରିସ୍ଥିତି ଭୟାବହ ହୋଇଛି । ସ୍ପେନରେ ୧,୨୪,୮୬୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩,୧୯୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବ୍ରିଟେନରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୭୩,୭୫୮ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ୮,୯୫୮ରେ ପହଞ୍ଚିଛି ।

Get real time updates directly on you device, subscribe now.