fbpx

(Video) ଦୁଗ୍ଧ ଫାର୍ମରେ ଭୟଙ୍କର ବିସ୍ଫୋରଣ: ୧୮ ହଜାରରୁ ଅଧିକ ଗାଈଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟରା ଘଟିଥାଏ ଯାହା କେହି ସ୍ୱପ୍ନରେ ବି କଳ୍ପନା କରିନଥାନ୍ତି । ଏପରି ଏକ ଭୟଙ୍କର ଘଟଣା ଘଟି ୧୮ ହଜାରରୁ ଅଧିକ ନିରୀହ ଗାଈ ମୃତ୍ୟୁବରଣ କରିଛନ୍ତି । ଆମେରିକାର ଏକ ଦୁଗ୍ଧ ଫାର୍ମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ହଜାର ହଜାର ଗାଈଙ୍କ ଜୀବନ ଚାଲି ଯାଇଛି । ଏହି ଘଟଣାକୁ ନେଇ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଆମେରିକାର ପଶ୍ଚିମ ଟେକ୍ସାସରେ ଏଭଳି ଏକ ଭୟଙ୍କର ତଥା ଅବିଶ୍ୱାସନୀୟ ଅଘଟଣ ଦେଖିବାକୁ ମିଳିଛି । ଏକସଙ୍ଗେ ୧୮ ହଜାର ଗାଈଙ୍କ ମୃତ୍ୟୁ ଘଟଣାକୁ ସହଜେ କେହି ବିଶ୍ୱାସ କରିପାରୁ ନାହାନ୍ତି । ଟେକ୍ସାସର ଡିମିଟିରେ ଥିବା ଦକ୍ଷିଣ ଫର୍ମ ଡେରୀ ଫାର୍ମରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଘଣ୍ଟା ଘଣ୍ଟା ଧରି ତା’ର ତାଣ୍ଡବ ଲୀଳା ଦେଖିବାକୁ ମିଳିଥିଲା । ଏହି ବିସ୍ଫୋରଣର ନିଅାଁ ଓ ଧୂଅାଁରେ ଆକାଶ ସତେ ଯେମିତି ଫାଟି ପଡ଼ିଥିଲା ।

ତେବେ ଟେକ୍ସାସର ଦୁଗ୍ଧ ଫାର୍ମରେ ଘଟିଯାଇଥିବା ଏହି ବିସ୍ଫୋରଣରେ ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଦୁଗ୍ଧ ଫାର୍ମରେ ରହିଥିବା ମୋଟ ଗାଈଙ୍କ ମଧ୍ୟରୁ ୯୦ ପ୍ରତିଶତ ମୃତ୍ୟୁବରଣ କରିଛନ୍ତି । ଆମେରିକାରେ ପ୍ରତିଦିନ ବଧ କରାଯାଉଥିବା ମୋଟ ଗାଈ ସଂଖ୍ୟାର ଏହା ପାଖାପାଖି ୩ ଗୁଣ ହେବ ବୋଲି କୁହାଯାଉଛି । ତେବେ ଏହି ଭୟଙ୍କର ଅଘଟଣାରେ ଦୁଗ୍ଧ ଫାର୍ମରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ତେବେ ଏହି ଅଘଟଣ ଫଳରେ ଉକ୍ତ ଦୁଗ୍ଧ ଫାର୍ମର ଅପୂରଣୀୟ କ୍ଷତି ଘଟିଛି । ଗୋଟିଏ ଗାଈ ପିଛା ପାଖାପାଖି ୧.୬ ଲକ୍ଷରୁ ଅଧିକ କ୍ଷତି ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.