fbpx

IPLରେ କିପରି ଟଙ୍କା ପାଆନ୍ତି ଖେଳାଳି? ଆହତ ହେଲେ କ୍ରିକେଟରଙ୍କୁ ଏତିକି ଟଙ୍କା ଦିଏ ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ବର୍ତ୍ତମାନ ନିଜର ଅସଲ ରୂପରେ ପାଦ ଥାପି ସାରିଛି । ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ହେଉଥିବା ବେଳେ ସଂଘର୍ଷ ଦେକିବାକୁ ମିଳୁଛି । କିନ୍ତୁ ଆଇପିଏଲ ଆରମ୍ଭରୁ କିଛି ଟିମ୍ କୁ ଝଟକା ଲାଗିଥିଲା । ଯେମିତିକି ରିସଭ ପନ୍ଥଙ୍କ ଦୁର୍ଘଟଣା ଏବଂ ମ୍ୟାଚ୍ ସମୟରେ କେନ୍ ୱିଲିୟମସନଙ୍କୁ ଆଘାତ ଲାଗିବା । ଏବେ ଏହି ଦୁଇଜଣ ଖେଳାଳି ପୁରା ଆଇପିଏଲ ସିଜନରୁ ବାହାରେ ରହିଛନ୍ତି । ତେବେ ଅନେକଙ୍କ ମନରେ ପ୍ରଶ୍ନ ରହିଛି ଏମାନଙ୍କୁ ଟଙ୍କା ମିଳିବ ନା ନାଇଁ । ଏମାନଙ୍କର ଫ୍ରାଞ୍ଚାଇଜ ଏମାନଙ୍କୁ ଟଙ୍କା ଦେବ କି ନାହିଁ ।

ତେବେ ସରଳ ଭାଷାରେ ଆଇପିଏଲର ସାଲାରି ସିଷ୍ଟମ କଣ ? ଆଉ ଏହି ସାଲାରି ସିଷ୍ଟମ କାମ କେମିତି କରେ ?

ଯଦି କୌଣସି ଖେଳାଳି ଫ୍ଲାଞ୍ଚାଇଜ ସହ ଯୋଡ଼ି ହେବା ପୂର୍ବରୁ ତାଙ୍କୁ ଆଘାତ ଲାଗୁଛି । ଆଉ ସେ ସେହି ଆଘାତ ପାଇଁ ପୁରା ଟୁର୍ଣ୍ଣାମେଣ୍ଟରୁ ବାହାରେ ରହୁଛନ୍ତି ତେବେ ତାଙ୍କୁ ଫ୍ରାଞ୍ଚାଇଜ ତରଫରୁ କୌଣସି ପେମଣ୍ଟ ମିଳିବ ନାହିଁ । ଯେମିତି ରିଷଭ ପନ୍ଥ । କିନ୍ତୁ ରିଷଭ ଏବେବି ଭାରତୀୟ ଦଳ ସହିତ ଜଡ଼ିତ ରହିଛନ୍ତି ସେଥିପାଇଁ ତାଙ୍କୁ ବିସିସିଆଇ ସବୁ ଖର୍ଚ୍ଚ ତୁଲାଇବ ।

IPL 2022: Will Rishabh Pant remain DC captain despite blunders against MI? Ricky Ponting says THIS | Cricket News | Zee News

ଠିକ ସେମିତି ଯଦି କୌଣସି କାରଣରୁ ଆଘାତ ପାଇଁ ଫ୍ରାଞ୍ଚାଇଜରେ ବିଳମ୍ବରେ ଆସି ଅଂଶଗ୍ରହଣ କରନ୍ତି ତେବେ ଉକ୍ତ ଖେଳାଳିଙ୍କୁ ମ୍ୟାଚ୍ ହିସାବରେ ହିଁ ପେମେଣ୍ଟ ମିଳିବ । ଯେମିତି ହେଜଲ ହୁଡ଼ । ହେଜଲ ହୁଡ଼ ଏବେ ବିଳମ୍ବରେ ଫ୍ରାଞ୍ଚାଇଜ ସହ ଜଡ଼ିତ ହେବା କାରଣରୁ ତାଙ୍କୁ ମ୍ୟାଚ୍ ହିସାବରେ ହିଁ ପେମେଣ୍ଟ ମିଳିବ ।

IPL 2023: Josh Hazlewood Will be Available For RCB - Report

ସବୁଠାରୁ ବଡ଼ କଥା ହେଉଛି ଯଦି କୌଣସି ଖେଳାଳି ଫ୍ଲାଞ୍ଚାଇଜ ସହ ଜଡ଼ିତ ଥିବା ବେଳେ ଯଦି ଆଘାତ ପାଇ ପୁରା ଟୁର୍ଣ୍ଣାମେଣ୍ଟରୁ ବାହାରେ ରହେ ତେବେ ଫ୍ରାଞ୍ଚାଇଜ ତାଙ୍କର ପୁରା ମେଡିକାଲ ଖର୍ଚ୍ଚ ତୁଲାଇବା ସହ ପୁରା ପେମେଣ୍ଟ ଦେବ । ଯେମିତି କେନ୍ ୱିଲିୟମସନ୍ଙ୍କୁ ଏବେ ପୁରା ପେମେଣ୍ଟ ମିଳିବା ସହ ତାଙ୍କର ମେଡିକାଲ ଖର୍ଚ୍ଚ ଫ୍ରାଞ୍ଚାଇଜ ବୁଝିବ ।

Kane Williamson, injured in GT vs CSK IPL match, likely to miss World Cup 2023 — catch all details available so far | Kane Williamson IPL injury details surgery news | Zee Business

ତେବେ ଆପଣମାନେ ଭାବୁଥିବେ ଏହି ଆଇପିଏଲରେ ଖେଳାଳି ମାନଙ୍କୁ କେମିତି ପେମେଣ୍ଟ କରାଯାଏ । କିଛି ଫ୍ରାଞ୍ଚାଇଜ ଖେଳାଳି ମାନଙ୍କୁ ଅଧା ଅଧା କରି ଟଙ୍କା ଦେଇଥାନ୍ତି । ସେହିଭଳି କିଛି ଫ୍ରାଞ୍ଚାଇଜ ମାନେ ସିଜନ ଶେଷ ହେବା ପରେ ଟଙ୍କା ଦେଇଥାନ୍ତି । କିନ୍ତୁ କାହାରି ଟଙ୍କାକୁ ବାକି ରଖାଯାଏ ନାହିଁ ଆଇପିଏଲରେ । ଯଦି ଟଙ୍କା ବାକି ରୁହେ ତେବେ ବିସିସିଆଇ ପକ୍ଷରୁ ଫ୍ରାଞ୍ଚାଇଜ ଉପରେ ଆକ୍ସନ ନିଆଯାଇଥାଏ ।

Get real time updates directly on you device, subscribe now.