fbpx

ଭାରତରେ ତୃତୀୟ ଲହରରେ ୨ ଲକ୍ଷରୁ ଅଧିକ ପ୍ରାଣ ହରାଇବେ, ଚିନ୍ତା ବଢ଼ାଇଲା WHOର ସ୍ପେଶାଲ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତବର୍ଷରେ ଓମିକ୍ରନର ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିବା ସହ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା । ତେବେ ଆଗାମୀ ଦିନରେ ଦ୍ୱିତୀୟ ଲହର ପରି ଭୟଙ୍କର ସ୍ଥିତି ଭାରତରେ ଉପୁଜିପାରେ ବୋଲି ହୁ ପକ୍ଷରୁ ଆଶଙ୍କା କରାଯାଇଛି ।

ମିଳିତ ଜାତିସଂଘର ବିଶ୍ୱ ଇକୋନୋମିକ ସିଚୁଏସନ ଆଣ୍ଡ ପ୍ରୋସପେକ୍ଟସ (ଡବ୍ଲ୍ୟୁଇଏସପି)ର ରିପୋର୍ଟ ମୁତାବକ, ଓମିକ୍ରନ ପାଇଁ କୋଭିଡର ନୂଆ ଲହର ଆସିବ ଓ ଏହାଦ୍ୱାରା ଅର୍ଥନୀତି ପ୍ରଭାବିତ ହେବ । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ତରରେ କୌଣସି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ନାହିଁ । ବିଶେଷ କରି ଏହାଦ୍ୱାରା ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ବେଶି ସମସ୍ୟାରେ ପ୍ରଭାବିତ ହେବେ । ଭ୍ୟାକ୍ସିନେସନ ପ୍ରକ୍ରିୟାରେ ଶିଥିଳତା ଭାଇରସକୁ ବଢ଼ିବାରେ ପ୍ରୋତ୍ସାହନ ଦେଉଛି । ଦ୍ୱିତୀୟ ଲହର ସମୟରେ ଭାରତ ପରି ଦେଶରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବହୁତ ବୃଦ୍ଧି ପାଇଥିଲା । ବର୍ତ୍ତମାନ ମଧ୍ୟ କୋଭିଡ୍ ଓ ଓମିକ୍ରନ ଦେଶରେ ଦ୍ରୁତଗତିରେ ମାଡ଼ି ଚାଲିଛି । ତେଣୁ ଆଗକୁ ପରିସ୍ଥିତି ଭୟାନକ ହୋଇପାରେ । ଦେଶରେ ମୋଟ ୧୫୪ କୋଟିରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗତ ବର୍ଷ ଶେଷ ସୁଦ୍ଧା ନେପାଳ, ପାକିସ୍ତାନ ଓ ବାଂଲାଦେଶରେ ୨୬ ପ୍ରତିଶତରୁ କମ୍ ଲୋକ ଭ୍ୟାକ୍ସିନେଟେଡ ଥିବା ବେଳେ ଭୁଟାନ, ମାଳଦୀପ, ଶ୍ରୀଲଙ୍କାରେ ୬୪ ପ୍ରତିଶତରୁ ଅଧିକ ଲୋକ ଭ୍ୟାକ୍ସିନ ନେଇ ସାରିଛନ୍ତି ।

Get real time updates directly on you device, subscribe now.