fbpx

ଆଜି ମକର ସଂକ୍ରାନ୍ତି, ଜାଣନ୍ତୁ ଏହାର ତିଥି ଓ ଶୁଭ ମୂହୁର୍ତ୍ତ

ନୂଆଦିଲ୍ଲୀ: ସନାତନ ଧର୍ମରେ ମକର ସଂକ୍ରାନ୍ତିର ବହୁତ ମହତ୍ତ୍ୱ ରହିଛି । ପୌଷ ମାସରେ ଯେବେ ସୂର୍ଯ୍ୟ ନିଜ ପୁଅ ଶନିଙ୍କ ରାଶି ଚିହ୍ନ ମକରରେ ପ୍ରବେଶ କରନ୍ତି, ସେବେ ଏହି ପର୍ବକୁ ପାଳନ କରାଯାଏ । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢ଼ଳିଥାଏ । ଏହାକୁ ଏକ ପର୍ବ ହିସାବରେ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଏ । ପଞ୍ଜାବରେ ଏହା ଲୋହଡି, କେରଳରେ ପୋଙ୍ଗଲ, ଗୁଜରାଟରେ ଉତ୍ତରାୟଣ, ଉତ୍ତରାଖଣ୍ଡରେ ଉତ୍ତରାୟଣୀ ଓ ଅନ୍ୟ ସ୍ଥାନରେ ଏହାକୁ ଖିଚଡି ନାମରେ ପାଳନ କରାଯାଏ । ଏହି ଦସନ ସୂର୍ଯ୍ୟଙ୍କ ଉପାସନା କରାଯାଏ । ଏହି ଦିନରେ ଜପ, ତପ, ଦାନ ଓ ସ୍ନାନ ଆଦିର ବିଶେଷ ମହତ୍ତ୍ୱ ରହିଛି ।

ତେବେ ସୂର୍ଯ୍ୟ ଯେବେ ମକର ରାଶିରେ ପ୍ରବେଶ କରିବେ, ସେବେ ୫ଟି ଗ୍ରହର ସଂଯୋଗ ହେବ ଯେଉଁଥିରେ ସୂର୍ଯ୍ୟ, ବୁଧ, ଗୁରୁ, ଚନ୍ଦ ଓ ଶନି ବି ସାମିଲ । ଏହି କାରଣ ଯୋଗୁଁ ମକର ସଂକ୍ରାନ୍ତିରେ ପର୍ବ ଓ ଶୁଭ ମୂହୁର୍ତ୍ତ ଭାବେ ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର ଶୁଭ ମୂହୁର୍ତ୍ତ…

– ମକର ସଂକ୍ରାନ୍ତି ଦିନର ପୂଣ୍ୟକାଳ-ଦି୍ୱପହର ୨.୩୦ରୁ ସନ୍ଧ୍ୟା ୫ଟା ୪୫ ପର୍ଯ୍ୟନ୍ତ ।
– ପୂଣ୍ୟ କାଳର ସମ୍ପୂର୍ଣ୍ଣ ଅବଧି- ୩ ଘଣ୍ଟା ୨ ମିନିଟ୍
– ମକର ସଂକ୍ରାନ୍ତି ଦିନର ମହା ପୂଣ୍ୟକାଳ- ଦ୍ୱିପହର ୨ଟା ୪୩ରୁ ୪ଟା ୨୮ ପର୍ଯ୍ୟନ୍ତ ।
– ସମ୍ପୂର୍ଣ୍ଣ ଅବଧି- ୧ ଘଣ୍ଟା ୪୫ ମିନିଟ୍ ।

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ପର୍ବକୁ ମହତ୍ତ୍ୱପୂର୍ଣ୍ଣ ଭାବେ ଗଣାଯାଏ । ଏହି ଦିନ ନଦୀରେ ସ୍ନାନ ଓ ଦାନକୁ ପୂଣ୍ୟ ଭାବେ ଧରାଯାଏ । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସ୍ନାନ ଓ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି । ଏହି ଦିନ ଖେଚୁଡିର ଭୋଗ ଲଗାଯାଏ । ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରିବାର ମଧ୍ୟ ବିଧାନ ରହିଛି । ମକର ସଂକ୍ରାନ୍ତି ରେ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଣ୍ଟା ଯାଏ ।

Get real time updates directly on you device, subscribe now.