fbpx

ବୟଫ୍ରେଣ୍ଡ ଠାରୁ ଲୁଚାଇବାକୁ ଚାହୁଁଛନ୍ତି କି ଇନଷ୍ଟାଗ୍ରାମ ପୋଷ୍ଟ୍? ଆପଣାନ୍ତୁ ଏହି ଟ୍ରିକ୍; ବିନା ଡିଲିଟରେ ହୋଇଯିବ କାମ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ବର୍ତ୍ତମାନ ସଭିଁଙ୍କ ପସନ୍ଦର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଲଟିଛି । ଲଞ୍ଚ ପରଠାରୁ ଏହି ଆପ୍ ଖୁବ୍ ଲୋକପ୍ରିୟ ହୋଇଯାଇଛି । ୨୦୨୧ରେ ସବୁଠାରୁ ଅଧିକ ଇନଷ୍ଟାଗ୍ରାମ ୟୁଜର୍ସଯୁକ୍ତ ଦେଶ ମଧ୍ୟରେ ଭାରତ ସର୍ବୋପରେ ଥିଲା । ଲୋକପ୍ରିୟତାର କାରଣ ହେଲା ଏହାର ଲାଟେଷ୍ଟ ଫିଚର୍ । ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ଏହି ଆପ୍ ଅନେକ ଲାଟେଷ୍ଟ୍ ଫିଚର୍ ଲଗାତର ଭାବରେ ଲଞ୍ଚ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଫିଚର୍ ସମ୍ପର୍କରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ନିଜ ପାର୍ଟନର୍ ବା ବୟଫ୍ରେଣ୍ଡଙ୍କ ଠାରୁ ପୋଷ୍ଟ୍ କରାଯାଇଥିବା କିଛି ଫିଚର୍ ଖୁବ୍ ସହଜରେ ଲୁଚାଇ ପାରିବେ । ତାହେଲେ ଜାଣିବା ଏହି ଟ୍ରିକ୍ ବିଷୟରେ…

କେବେ କେବେ ଆପଣ କିଛି ପୋଷ୍ଟ କୁ ନିଜ ଫଲେର୍ସଙ୍କୁ ଦେଖାଇବାକୁ ଚାହାଁନ୍ତି ନାହିଁ । ଏପରି ସ୍ଥଳରେ ଏହି ଟ୍ରିକ୍ ଆପଣଙ୍କ କାମରେ ଆସିପାରେ । ଏଥିରେ ଆପଣ ନିଜର ପୋଷ୍ଟକୁ ନ ହଟାଇ ମଧ୍ୟ ଆକାଉଣ୍ଟରେ ରଖିପାରିବେ । କୌଣସି ପୋଷ୍ଟ୍ କୁ ଲଚାଇବାକୁ “ଆର୍ଚିଭ୍ ପୋଷ୍ଟ୍” ନାମକ ଫିଚର୍ ରେ ଜଣାଯାଇଥାଏ । କିପରି ଏହା ମାଧ୍ୟମରେ ପୋଷ୍ଟ ଲୁଚାଇବେ ଚାଲନ୍ତୁ ଜାଣିବା ଷ୍ଟେପ୍ ବାଇ ଷ୍ଟେପ୍ ।

୧. ସ୍ମାର୍ଟଫୋନ୍ ରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଖୋଲନ୍ତୁ ଓ ପ୍ରୋଫାଇଲ୍ କୁ ଯାଆନ୍ତୁ ।

୨. ଯେକୌଣସି ପୋଷ୍ଟକୁ ଯାଆନ୍ତୁ ଯାହାକୁ ଆପଣ ଲୁଚାଇବାକୁ ଚାହୁଁଛନ୍ତି ।

୩. ଉକ୍ତ ପୋଷ୍ଟର ଡାହାଣ ପଟରେ ଥିବା ତିନିଟି ଡଟ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ ।

୪. ସେଠାରେ ଲେଖାଥିବ ଆର୍ଚିଭ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ପୋଷ୍ଟ ଟି ଲୁଚିଯିବ ଓ ଫଲୋୟର୍ସ ମାନେ ଦେଖିବି ପାରିବେ ନାହିଁ ।

Get real time updates directly on you device, subscribe now.