fbpx

ରଥଯାତ୍ରା ପାଇଁ ରାଜ୍ୟ ସହ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଗଡ଼ିବ ୩୧୫ରୁ ଊର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରଥଯାତ୍ରା ସମୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଜୁଲାଇ ୬ରୁ ୨୯ ମଧ୍ୟରେ ପୁରୀକୁ ଏବଂ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚା ଯାତ୍ରା ୨ ଦିନ ଧରି ପାଳନ ହେଉଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।  ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ସହ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ।

ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ଦଶପଲ୍ଲା, ପାରାଦୀପ, ଜୁନାଗଡ଼ ରୋଡ୍‌, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋଷି ଓ ଖୋର୍ଦ୍ଧା ରୋଡରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିବ । ସେହିପରି ଛତିଶଗଡ଼ର ଜଗଦଲପୁର ଓ ରାୟପୁରରୁ ପୁରୀ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିବା ପାଇଁ ହୋଇଛି ବ୍ୟବସ୍ଥା । ବିଶାଖାପାଟଣା, ପଲାସା, ସମପେଟା, ମାଲଦା, ସିଆଲଦାରୁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ପୂର୍ବତଟ ରେଳ ମନ୍ତ୍ରଣାଳୟର ସୂଚନା ।

Get real time updates directly on you device, subscribe now.