fbpx

କୁମ୍ଭମେଳାରୁ ଓଡିଶାକୁ ଆସିଛନ୍ତି ୪୦୦ରୁ ଅଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ କେନ୍ଦ୍ର ସରକାର ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାକୁ ସମାପନ କରିଛନ୍ତି । ଏଥିସହିତ କୁମ୍ଭମେଳାକୁ ଯାଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟିପିସିଆର୍ ଟେଷ୍ଟକୁ ବାଧ୍ୟତାମୁଳକ କରିଛନ୍ତି । ସେହିପରି ଓଡିଶାରେ ମଧ୍ୟ କୁମ୍ଭମେଳାକୁ ଫେରୁଥିବା ଲୋକଙ୍କ ପାଇଁ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, କୁମ୍ଭମେଳାରୁ ଫେରିଥିବା ଶ୍ରଦ୍ଧାଳୁ ମାନେ କ୍ୱାରେନଣ୍ଟାଇନ୍ ରେ ରହିବାକୁ ବାଧ୍ୟ । ତେଣୁ ଆଜି ସେମାନଙ୍କ ତଥ୍ୟରୁ ଜଣାପଡିଛି ଯେ, ଓଡିଶାକୁ କୁମ୍ଭମେଳାରୁ ପ୍ରାୟ ୪୦୦ରୁ ଅଧିକ ଶ୍ରଦ୍ଧାଳୁ ଫେରିଛନ୍ତି । ଏନେଇ ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ତଥ୍ୟ ପ୍ରକାଶ ପାଇଛି ।

ତଥ୍ୟ ଅନୁସାରେ ଓଡିଶାକୁ ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଛନ୍ତି ପୁରା ୧୫୦ ପରିବାର । ଉକ୍ତ ୧୫୦ ପରିବାର ମଧ୍ୟରେ ପ୍ରାୟ ୪୦୦ରୁ ଅଧିକ ଶ୍ରଦ୍ଧାଳୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମକୁ ୨୫ ପରିବାର ଫେରିଥିବା ବେଳେ ଖୋର୍ଦ୍ଧାକୁ ୧୦ ଜଣ, ନବରଙ୍ଗପୁରକୁ ୨୦, ପୁରୀକୁ ୨୦ ଏବଂ କଟକରୁ ୯ ପରିବାର ଯାଇଥିବା ସୁଚନା ମିଳିଛି ।

Get real time updates directly on you device, subscribe now.