fbpx
BJD
BJD SKY
BJD SKY

ଆସନ୍ତା ୬ ମାସ ମଧ୍ୟରେ ୨୧ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଚାକିରି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଏକ ସୁସମ୍ବାଦ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୧ ହଜାରରୁ ଅଧିକ ପଦବୀ ବାହାରିବ । ଉଭୟ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ କ୍ଷେତ୍ରର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ଖାଲି ଥିବା ପଦବୀଗୁଡ଼ିକ ଆସନ୍ତା ୬ରୁ ୮ ମାସ ମଧ୍ୟରେ ପୂରଣ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୬ରୁ ୮ ମାସ ମଧ୍ୟରେ ଏହି ପଦବୀଗୁଡ଼ିକ ପୂରଣ ନେଇ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବ । ଏହି ପଦଗୁଡ଼ିକର ପୂରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୬୫୫୮ ଶିକ୍ଷକ ଓ ୧୫,୨୨୭ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ପୂର୍ବରୁ ୪ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ ନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚାକିରି ପାଇଁ ଆଶାୟୀ ଥିବା ଯୁବକମାନେ ଏଥିରେ ବେଶୀ ଉପକୃତ ହେବେ ।

Get real time updates directly on you device, subscribe now.