fbpx
BJD
BJD SKY
BJD SKY

ନୋଏଡା, ଲକ୍ଷ୍ନୌ ସମେତ ଏହି ୬ ଜିଲ୍ଲାରେ ମାସ୍କ ହେଲା ବାଧ୍ୟତାମୂଳକ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଯୋଗୀଙ୍କ ଆଦେଶ

ଲକ୍ଷ୍ନୌ: ୟୁପିରେ ପୁଣି ଥରେ କରୋନା ସଂକ୍ରମଣ ନେଇ ସତର୍କତା ଜାରିକରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ସମେତ ୬ ଏନସିଆର ଜିଲ୍ଲା ଗୌତମବୁଦ୍ଧ ନଗର, ଗାଜିଆବାଦ, ହାପୁଡ଼, ମେରାଠ, ବୁଲନ୍ଦସହର, ବାଗପତର ସାର୍ବଜନୀକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏହା ସହ ଏଠାରେ ଟିକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଟିମ-୯ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ସେ କହିଛନ୍ତି ଏନସିଆରରେ କୋଭିଡ ପଜିଟିଭ ହୋଇଥିବା ରୋଗୀଙ୍କ ଜିନୋମ ସିକ୍ୱେନସିଂ ପରେ ଓମିକ୍ରନ ବୋଲି ଜଣାପଡ଼ିଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣ ମାମଲା ବଢ଼ିପାରେ କିନ୍ତୁ ହସ୍ପିଟାଲରେ ଭର୍ତ୍ତି ପାଇଁ ତଥା ରୋଗୀଙ୍କ ଅତି ଗମ୍ଭୀର ସ୍ଥିତି ହେବେ ନାହିଁ । ଲୋକଙ୍କୁ କୋଭିଡ ପ୍ରୋଟୋକଲ ମାନିବାକୁ ସଚେତନା କରାଯାଉ । ଯୋଗୀ କହିଛନ୍ତି ସୀମାବର୍ତ୍ତୀ କଛି ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଛି । ଏନସିଆର ରେ ମଧ୍ୟ ଏହାର ପ୍ରଭାବ ଦେଖବାକୁ ମଳିଛି । ବିଗତ କିଛି ଦିନରେ ଏଠାରେ ସଂକ୍ରମଣ ବଢ଼ିଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ସମୁଦାୟ ୬୯୫ ଆକ୍ଟିଭ କେସ୍ ରହିଛି । ବିଗତ ୨୪ ଘଣ୍ଟାରେ ୧୧୫ ନୂଆ ମାମଲା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.