ଗଙ୍ଗାରୁ ପାଣି ନେଇ ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ବୋଲେରୋ, 5ରୁ ଅଧିକ ମୃତ

ନୂଆଦିଲ୍ଲୀ: କଥାରେ ଅଛି ମୃତ୍ୟୁ କାହାକୁ କେବେ କହିକି ଆସେ ନାହିଁ । ଏଭଳି ଅନୁରୂପ ଘଟଣା ବିହାରରେ ଦେଖିବାକୁ ମିଳିଛି । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ବିହାରର ବଙ୍କା ଜିଲ୍ଲାର ଏହି ଦୁର୍ଘଟଣା ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଭକ୍ତମାନେ ଗଙ୍ଗାରୁ ପାଣି ଆଣି ଗୌରନାଥ ମହାଦେବ ମନ୍ଦିର ଅଭିମୁଖେ ବାହାରିଥିଲେ । ବାବାଙ୍କ ଉପରେ ପାଣି ଢାଳି ପ୍ରସନ୍ନ କରିବା ପାଇଁ ଇଚ୍ଛା ରହିଥିଲା । ହେଲେ ହଠାତ୍ ଆସିଲା ମୃତ୍ୟୁ । ଅନିୟନ୍ତ୍ରିତ ହୋଇ ଶ୍ରଦ୍ଧାଳୁଙ୍କ ଉପରେ ହଠାତ୍ ମାଡିଗଲା ବୋଲେରୋ । ତେବେ ଏହି ଦୁର୍ଘଟଣାରେ 5ରୁ ଅଧିକ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ଦିଆଯାଇଛି । ପାଖାପାଖି 11ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉକ୍ତ ଗାଡିରେ ନିଆଁ ଲଗାଇଦେଇଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣ ପାଇଁ ଏତେ ବଡ ଦୁର୍ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.