fbpx

ମୁଖ୍ୟମନ୍ତ୍ରୀଙ୍କୁ କାମୁଡ଼ିଲା ମଶା: ଯନ୍ତ୍ରୀଙ୍କ ଗଲା ଚାକିରି

ଭୋପାଳ, ୨୦ା୨: ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବା ଫଳରେ ଜଣେ ଯନ୍ତ୍ରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଫେବୃଆରୀ ୧୬ ତାରିଖରେ ଘଟିଥିବା ଏକ ଦୁର୍ଘଟଣାର ପୀଡ଼ିତଙ୍କୁ ଭେଟିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦିନସାରା ମୃତକ ଓ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟିବା ପରେ ରାତିରେ ମୁଖ୍ୟମନ୍ତ୍ରୀ ସର୍କିଟହାଉସରେ ରହିଥିଲେ । ମୁଖ୍ୟମନ୍ତ୍ରୀ ରାତି ୧୨ଟା ସମୟରେ ଶୋଇବାକୁ ଯିବା ପରେ ମଶାଦାଉରେ ଶୋଇ ପାରିନଥିଲେ । ମାତ୍ର ମଶାଙ୍କ ପ୍ରକୋପ ଯୋଗୁଁ ୪ଟା ସମୟରେ ତାଙ୍କର ନିଦ ଭାଙ୍ଗିବା ସହ ଦେଖନ୍ତି ତ ସର୍କିଟ ହାଉସର ପାଣି ଟାଙ୍କି ଭର୍ତ୍ତି ହୋଇ ଚାରିଆଡ଼େ ପଡ଼ୁଥିଲା । ଫଳରେ ମୁଖ୍ୟମନ୍ତ୍ରୀ ନିଜେ ପାଣିଟାଙ୍କି ମୋଟର ବନ୍ଦ କରିବା ସହ ସର୍କିଟ୍ ହାଉସ୍ ପ୍ରଭାରୀ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି ।

Get real time updates directly on you device, subscribe now.