fbpx

ଭ୍ୟାଲେଣ୍ଟାଇନ୍ ଡେ ରେ ସବୁଠୁ ଦାମୀ ଉପହାର : କିଡନୀ ଦେଇ ବଞ୍ଚାଇଲେ ପତ୍ନୀଙ୍କ ଜୀବନ

Advertisement

ନୂଆଦିଲ୍ଲୀ : ଭ୍ୟାଲେଣ୍ଟାଇନ୍ ଡେ ର ଅର୍ଥ ନୁହେଁ ଯେ କେବଳ ବୁଲିବା, ପାର୍କ ଓ ସିନେମା ହଲରେ ଭିଡ ଜମେଇକି ଟାଇମ୍ ପାସ୍ କରିବା । ପରସ୍ପରକୁ ଉପହାର ଦେଇ ବା ପରସ୍ପରଠାରୁ ଉପହାର ନେଇ ଅଯଥା ଖର୍ଚ୍ଚ କରିବା । ଯେଉଁମାନେ ପ୍ରକୃତ ପ୍ରେମକୁ ବୁଝନ୍ତି ସେମାନେ ଏସବୁ ଠାରୁ ଦୂରରେ ରୁହନ୍ତି । କିନ୍ତୁ ଏମିତି କିଛି କାମ କରନ୍ତି ବା ଏମିତି କିଛି ଉପହାର ଦେଇଯାଆନ୍ତି ଯାହାର ମୂଲ୍ୟ ଅମୂଲ୍ୟ ଏବଂ ବର୍ଷ ବର୍ଷ ଧରି ଲୋକେ ମନେ ରଖନ୍ତି ।

କୀଡନୀ ଉପହାର ଦେଇ ଜୀବନ ବଞ୍ଚାଇବା, ଏହା ଠାରୁ ଅଧିକ ଦାମୀ ଉପହାର କ’ଣ ହୋଇପାରେ ।

ଦିଲ୍ଲୀର ଏକ ହସ୍ପିଟାଲଷର ଏଭଳି ଘଟଣା ଘଟଛି । ଅତୁଟ ପ୍ରେମକୁ ବଞ୍ଚାଇ ରଖିବା ପାଇଁ ଜଣେ ବ୍ୟକ୍ତି କୀଡିନ ଉପହାର ଦେଇ ନିଜ ଜୀବନସାଥୀଙ୍କୁ ବଞ୍ଚାଇଛନ୍ତି । ଆଜି ଭଳି ଦିନରେ ଏଭଳି ଉପହାର ଦେବା ବିରଳ ଦେଖିବାକୁ ମିଳେ ।

ସନର ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ସୋମବାର ୪୮ ବର୍ଷୀୟ ନାର୍ମିତ ସାରାଙ୍କ ଠାରେ ତାଙ୍କ ସ୍ୱାମୀଙ୍କ କିଡନୀ ପ୍ରତ୍ୟାରୋପଣ କରାଯାଇଛି । ଦୁଇ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାରେ ନାର୍ମିତଙ୍କ ଗୋଡରେ ଗଭରୀ ଭାବରେ ଆଘାତ ଲାଗିଥିଲା । ଔଷଧ ସେବନ କରୁଥିବା ସସୟରେ ତାଙ୍କ ଶରୀର କୁଣ୍ଡାଇ ହେବା ସହ ଫୁଲିଯାଇଥିଲା । ହସ୍ପିଟାଲ ନେବା ପରେ ଜଣାପଡିଥିଲା ଯେ, ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇଛି । ଡାକ୍ତର ତାଙ୍କୁ ଡାୟଲିସିସ ନେବାକୁ କହିଥିଲେ । ଗତ ୨ ବର୍ଷ ଧରି ସେ ଡାୟଲିସିସ ଥିଲେ । ଏହା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆହୁରି ଅଧିକ ଖରାପ ପ୍ରଭାବ ପଡିଥିଲା । ତେଣୁ ତାଙ୍କ ସ୍ୱାମୀ ଚିନ୍ତା କରିଥିଲେ ଯେ ଭ୍ୟାଲେଣ୍ଟାନ ଡେ ରେ କିଡନୀ ଦେଇ ପତ୍ନୀର ଜୀବନ ବଞ୍ଚାଇବେ ।

ଡାକ୍ତରମାନେ କହିଛନ୍ତି, ସାଧାରଣତଃ ମହିଳାମାନେ ଅଧିକ କିଡନୀ ଦାନ କରୁଥିବା ଦେଖିବାକୁ ମିଳେ କିନ୍ତୁ ଏହି ଘଟଣାରେ ଅଲଗା ଘଟିଛି । ଜଣେ ପୁରୁଷ କିଡନୀ ଦେଇ ତାଙ୍କ ପତ୍ନୀ ଜୀବନ ବଞ୍ଚାଇଛନ୍ତି । ଆଜି ଭଳି ଦିବସରେ ଏହା ଠାରୁ ଭଲ ଉପହାର କ’ଣ ବା ହୋଇପାରେ । ଅଜିର ଭ୍ରଷ୍ଟ ଯୁବପଢୀ ଏତିକି ବୁଝିବା ଦରକାର ।

Get real time updates directly on you device, subscribe now.