fbpx
BJD SKY
BJD SKY

ଦୁନିଆର ସବୁଠାରୁ ଅଦ୍ଭୁଦ ମଣିଷ: ଯାହାର ୩ଟି ଗୋଡ଼ ଭିତରେ୨ଟି ପ୍ରାଇଭେଟ୍ ପାର୍ଟ, ୭୭ ବର୍ଷ ପଯ୍ୟନ୍ତ…

BJD

ଦୁନିଆରେ କିଛି ଅଦ୍ଭୁତ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ଏଥିରେ ବିଶ୍ୱାସ କରିବା ବି କଷ୍ଟକର ହୋଇଥାଏ । ସେହପରି ଆପଣ କେବେ ୩ ଗୋଡ଼ ଥିବା ମଣିଷ ବିଷୟରେ ଶୁଣିଛନ୍ତି କି? ଯଦି ନା,ତେବେ ଆସନ୍ତୁ ଜାଣି ଜଣେ ବ୍ୟକ୍ତିଙ୍କ ବିଷୟରେ ଯାହାର ଥିଲା ୩ଟି ଗୋଡ଼ ।

୧୮୮୯ ମସିହାରେ ଇଟାଲିର ସିସିଲୀ ଦ୍ୱୀପରେ ଜଣେ ବ୍ୟକ୍ତିର ଜନ୍ମ ହୋଇଥିଲା, ଯାହାର ୩ଟି ଗୋଡ଼ ଥିଲା । ପ୍ରତ୍ୟେକ ମଣିଷର ୨ଟି ଗୋଡ଼ ଥିବା ବେଳେ ସେହି ବ୍ୟକ୍ତିର ୩ଟି ଗୋଡ଼ ରହିଥିଲା । ଏଭଳି ଅସାଧାରଣ ବ୍ୟକ୍ତି ୭୭ ବର୍ଷ ପଯ୍ୟନ୍ତ ଜୀବିତ ରହିଥିଲା, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ସେହି ବ୍ୟକ୍ତିଙ୍କ ନାଁ ଫ୍ରାନ୍ସିସ୍କୋ ଫ୍ରାଙ୍କ ଲେଣ୍ଟିନି, ଯେ କି ୧୮ ମେ ୧୮୮୯ ମସିହାରେ ଜନ୍ମ ହୋଇଥିଲେ । ୧୨ ଭାଇ-ଭଉଣୀଙ୍କ ମଧ୍ୟରୁ ଫ୍ରାନ୍ସିସ୍କୋ ପଞ୍ଚମ ସ୍ଥାନରେ ଥିଲେ । ଫ୍ରାନ୍ସିସ୍କୋଙ୍କର ୩ଟି ଗୋଡ଼ ଥିବା ବେଳେ ୨ଟି ପ୍ରାଇଭେଟ୍ ପାର୍ଟ ଥିଲା । ଏହା ସହ ତାଙ୍କର ଚତୁର୍ଥ ଗୋଡ଼ ମଧ୍ୟ ରହିଥିଲା, ଯାହାକି ତୃତୀୟ ଗୋଡର ଆଣ୍ଠୁରୁ ବାହାରିଥିଲା ଓ ସମ୍ପୂର୍ଣ୍ଣ ବିକଶିତ ହୋଇପାରି ନଥିଲା ।

ତେବେ ଫ୍ରାନ୍ସିସ୍କୋଙ୍କୁ ଏକ ଡିସଅର୍ଡର ଥିଲା । ତାଙ୍କ ଶରୀରରେ ଅଧା ଯାଆଁଳା ଛୁଆ ଜଡ଼ିତ ଥିଲା, ଯାହାକି ତାଙ୍କର ମେରୁଦଣ୍ଡରେ ଲାଗିଥିଲା । ସେ ଅତିରିକ୍ତ ଅଙ୍ଗକୁ ଶରୀରରୁ ହଟାଇବାକୁ ଚାହୁଁଥିଲେ । କିନ୍ତୁ ଏପରି କରିବା ଦ୍ୱାରା ପାରାଲିସିସ୍ ହେବାର ସମ୍ଭାବନା ଥିବାରୁ ସେ ଏଥିରୁ ନିବୃତ ହୋଇଥିଲେ । ପରେ ସେ ସର୍କସରେ ଯୋଗ ଦେଇଥିଲେ । ତୃତୀୟ ଗୋଡ଼ରେ ସେ ଚମତ୍କାର ଭାବେ ଫୁଟବଲକୁ କିକ୍ କରୁଥିଲେ । ପରେ ଆମେରିକାର ଟେନେସିରେ ୨୧ ସେପ୍ଟେମ୍ବର ୧୯୯୬ ମସିହାରେ ୭୭ ବର୍ଷ ବୟସରେ ସେ ସବୁଦିନ ପାଇଁ ଆଖିବୁଜିଥିଲେ ।

Get real time updates directly on you device, subscribe now.