fbpx

ଦିନକରେ ୩୮,୯୪୮ ପଜିଟିଭ୍ ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୩୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୮ ହଜାର ୩୩୦କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୨୪ ଘଣ୍ଟାରେ ୩୦୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୨ ହଜାର ୩୧୭ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୯୧ ହଜାର ୫୧୬ ଥିବା ବେଳେ ୩ କୋଟି ୨୩ ଲକ୍ଷ ୭୪ ହଜାର ୪୯୭ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.